ବେଡରୁମର ସବୁ ରାଜ୍ ଖୋଲିଲେ ପ୍ରିୟଙ୍କା ଚୋପ୍ରା, କହିଲେ ନିକ୍ ମୋତେ ରାତିରେ ଶୁଆଇ ଦେଉନାହାଁନ୍ତି, ସେ ଖାଲି ମତେ...

 
Priyanka chopra and nick jones

ବଲିଉଡ଼ ଜଗତର ଅନ୍ୟତମ ସଫଳତମ ନାୟିକା ତଥା ଦେଶୀ ଗାର୍ଲ ଭାବରେ ପରିଚିତ ପ୍ରିୟଙ୍କା ଚୋପ୍ରା ଏବେ ସ୍ୱାମୀ ନିକ୍ ଜୋନ୍ସଙ୍କ ସହିତ ଖୁସିର ସଂସାର ଗଢ଼ିବାରେ ବ୍ୟସ୍ତ ରହିଛନ୍ତି। ଏହି ସେଲିବ୍ରିଟି ଯୋଡ଼ି ବେସ୍ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ପ୍ରିୟଙ୍କା ତାଙ୍କ ସ୍ୱାମୀଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ ନିଜ ସ୍ୱାମୀଙ୍କ ପାଇଁ ରାତି ରାତି ଧରି ଶୋଇ ପାରୁନଥିବା କଥା କହିଛନ୍ତି।

Priyanka nick

ପ୍ରିୟଙ୍କାଙ୍କ ନିଜର ଏକ ଇଣ୍ଟରଭିୟୁରେ କହିଛନ୍ତି ଯେ ନିକଙ୍କ ପାଇଁ ତାଙ୍କୁ ରାତିରେ ଅନିଦ୍ରା ହେବାକୁ ପଡୁଛି। ନିକଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଏଭଳି ହେଉଥିବା ପ୍ରିୟଙ୍କା କହିଛନ୍ତି। ସେ କହିଛନ୍ତି ଯେ ନିକ୍ ଦୀର୍ଘଦିନ ହେବ ମଧୁମେୟ ରୋଗରେ ପୀଡିତ ଅଟନ୍ତି। ସେ ନିଜ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ବେସ ସଚେତନ ଅଟନ୍ତି ଯେଉଁଥିପାଇଁ ରାତିରେ ତାଙ୍କ ସୁଗାର୍ ସ୍ଥର କମ ହେଲେ ମଧ୍ୟ ସେ ଜାଣିପାରନ୍ତି।

Priyanka nick

ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁଦିନ ରାତିରେ ନିକଙ୍କର ସୁଗାର୍ ସ୍ଥର ବଢ଼ିଯାଏ ସେହିଦିନ ତାଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ସ୍ୱାମୀଙ୍କୁ ଏପରି କଷ୍ଟ ଭିତରେ ଦେଖି ପ୍ରିୟଙ୍କା ମଧ୍ୟ ସହି ପାରନ୍ତି ନାହିଁ, ତେଣୁ ତାଙ୍କୁ ରାତି ଅନିଦ୍ରା ହୋଇ ନିକଙ୍କର ଧ୍ୟାନ ରଖିବାକୁ ପଡିଥାଏ। ପ୍ରିୟଙ୍କା ନିକଙ୍କ ସହିତ ଆମେରିକାରେ ରହୁଥିବା ବେଳେ ସେଠାରେ ସ୍ତ୍ରୀ ସ୍ୱାମୀର ଧ୍ୟାନ ରଖିବାକୁ ବାଧ୍ୟ ନୁହେଁ। କିନ୍ତୁ, ପ୍ରିୟଙ୍କା ଯେଉଁଭଳି ଭାବରେ ନିକଙ୍କର ଧ୍ୟାନ ରଖୁଛନ୍ତି ତାହାକୁ ନେଇ ଲୋକେ ତାଙ୍କୁ ବେସ୍ ପ୍ରଶଂସା କରୁଛନ୍ତି।