ଦେଖନ୍ତୁ ଭିଡ଼ିଓ: ରାଷ୍ଟ୍ରପତି ମତେ ଡାକିଲେ ଉତ୍ତମ ଭାଇ ଆସ... ମୋ ପୁଅ କଥା ପଚାରିଲେ, ଆଉ ତାପରେ...

ରାଜଧାନୀ ଭୁବନେଶ୍ବରକୁ ଆସିଛନ୍ତି ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱରରେ ରମାଦେବୀ ବିଶ୍ୱବିଦ୍ୟାଳୟର ୨ୟ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ସହିତ ସେ 'ଜ୍ଞାନପ୍ରଭା ମିଶନ୍' ର ପ୍ରତିଷ୍ଠା ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ। ଏହାରି ଭିତରେ ତାଙ୍କର ଜଣାଶୁଣା ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତିଙ୍କ ସହିତ ମଧ୍ୟ ଦେଖା ହୋଇଥିଲା।
ଉତ୍ତମଙ୍କ ସହିତ ଦେଖା କରିବା ସମୟରେ ସେ ତାଙ୍କୁ ଉତ୍ତମ ଭାଇ ଭାବରେ ସମ୍ବୋଧନ କରୁଥିବା ଦେଖିବାକୁ ମିଳିଥିଲା। ଉଭୟେ ଦିର୍ଘସମୟ ଧରି କଥାବାର୍ତ୍ତା ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ, ଉତ୍ତମ ମହାନ୍ତିଙ୍କୁ କିପରି ଭାବରେ ଜାଣନ୍ତି ଦ୍ରୌପଦୀ ମୁର୍ମୁ?ମିଳିଥିବା ସୂଚନା ଅନୁଯାଇ ୨୦୧୫ ମସିହାରେ ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ସମୟରେ ଉତ୍ତମଙ୍କ ସହିତ ତାଙ୍କର ବନ୍ଧୁତ୍ୱ ଗଢ଼ି ଉଠିଥିଲା। ସେତେବେଳେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ କଲ୍ଚରାଲ ଆସୋସିଏନର ପ୍ରେସିଡେଣ୍ଟ ରହିଥିବା ବେଳେ ଉତ୍ତମ ମହାନ୍ତି ମଧ୍ୟ ସେଠାରେ ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ଉତ୍ତମଙ୍କ ସହିତ ସାକ୍ଷାତ ସମୟରେ ତାଙ୍କ ପୁଅ ବାବୁସାନ୍ କରିଥିବା ଚଳଚ୍ଚିତ୍ର 'ଦମନ'କୁ ପ୍ରଶଂସା କରିଥିଲେ ରାଷ୍ଟ୍ରପତି।