ଅନୁଭବଙ୍କ ସପକ୍ଷରେ ବାହାରିଲେ ପ୍ରକୃତି ମିଶ୍ର, କହିଲେ ଦୁନିଆ ଯେତେ ଭୁକୁଛି ଭୁକୁ ଅନୁଭବ ହେଉଛନ୍ତି…

ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟରେ ଘରୋଇ ହିଂସାକୁ ନେଇ ସୃଷ୍ଟି ହୋଇଥିବା ବିବାଦ। ବର୍ଷା ଅନୁଭବଙ୍କ ବିରୁଦ୍ଧରେ ନିର୍ଯ୍ୟାତନା ଅଭିଯୋଗ ଆଣିବା ପରେ ଅନୁଭବ ପାଲଟା ଅଭିଯୋଗରେ ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁ ନାହାନ୍ତି ବୋଲି ପିଟିସନରେ କହିଥିଲେ। ତେବେ ବିବାଦକୁ ନେଇ ରାଜନୀତି ଓ କଳାକାର ମାନେ ନିଜ ନିଜ ମତ ରଖିଛନ୍ତି। ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ
 
ଅନୁଭବଙ୍କ ସପକ୍ଷରେ ବାହାରିଲେ ପ୍ରକୃତି ମିଶ୍ର, କହିଲେ ଦୁନିଆ ଯେତେ ଭୁକୁଛି ଭୁକୁ ଅନୁଭବ ହେଉଛନ୍ତି…

ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟରେ ଘରୋଇ ହିଂସାକୁ ନେଇ ସୃଷ୍ଟି ହୋଇଥିବା ବିବାଦ। ବର୍ଷା ଅନୁଭବଙ୍କ ବିରୁଦ୍ଧରେ ନିର୍ଯ୍ୟାତନା ଅଭିଯୋଗ ଆଣିବା ପରେ ଅନୁଭବ ପାଲଟା ଅଭିଯୋଗରେ ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁ ନାହାନ୍ତି ବୋଲି ପିଟିସନରେ କହିଥିଲେ। ତେବେ ବିବାଦକୁ ନେଇ ରାଜନୀତି ଓ କଳାକାର ମାନେ ନିଜ ନିଜ ମତ ରଖିଛନ୍ତି। ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଏ ନେଇ ନିଜ ମତ ରଖିଛନ୍ତି।

ଅନୁଭବଙ୍କ ସପକ୍ଷରେ ବାହାରିଲେ ପ୍ରକୃତି ମିଶ୍ର, କହିଲେ ଦୁନିଆ ଯେତେ ଭୁକୁଛି ଭୁକୁ ଅନୁଭବ ହେଉଛନ୍ତି…

ଅନୁଭବଙ୍କୁ ସମର୍ଥନ କରି ପ୍ରକୃତି ମିଶ୍ର କହିଛନ୍ତି, ଫପୁନ୍ ଭାଇ, ତୁମକୁ ବ୍ୟକ୍ତିଗତ ଭାବରେ ଜାଣିଥିବା ପ୍ରତ୍ୟେକ ମଣିଷ ସମ୍ପୂର୍ଣ ଘଟଣା ଟିକୁ ଭଲ ଭାବେ ଜାଣିଛନ୍ତି। ତମେ ଜଣେ ସମ୍ମାନୀୟ ବ୍ୟକ୍ତି। କୌଣସି ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ନାହିଁ। ଦୁନିଆକୁ ଭୁକିବାକୁ ଦିଅ। ସତ୍ୟ ଶ୍ରୀଘ୍ର ଜିତିବ, ତୁମେ ଶକ୍ତିଶାଳୀ ରୁହ, ଆମେମାନେ ତୁମ ସହିତ ଅଛୁ। ତେବେ ପ୍ରକୃତିଙ୍କ ଏହି ସମର୍ଥନ ପରେ ଅନୁଭବ ପ୍ରକୃତିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଅନୁଭବ ଓ ବର୍ଷା ପରଷ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି। ଅନୁଭବ ଗଣେଷ ପୂଜା ସମୟର ନିଜ ଘରର ଏକ ଭିଡିଓ ପୋଷ୍ଟ କରି ଲୋକଙ୍କୁ ପଚାରିଥିଲେ, ଆପଣମାନଙ୍କୁ କ’ଣ ଲାଗୁଛି ଭିଡିଓରେ ଥିବା ସମ୍ମାନନୀୟ ବ୍ୟକ୍ତି ଜଣଙ୍କ ଘରୋଇହିଂସା ର ଶିକାର ହେଉଛନ୍ତି। ଏହାର ଜବାବରେ ବର୍ଷା ଶାଶୁଘରେ ଅର୍ଥାତ୍ ଅନୁଭବଙ୍କ ଘରେ ରହି କେସ୍ ଲଢିବାକୁ ୨ ପୃଷ୍ଠାରେ ନିଜ ଜବାବ୍ ଦେଇଥିଲେ। ନିଜ ସମ୍ପର୍କ ଓ ଅନୁଭବଙ୍କୁ ସୁଧାରିବାକୁ ସବୁ କିଛି କରିବେ ବୋଲି ବର୍ଷା କହିଥିଲେ।