ପ୍ରକୃତି ମିଶ୍ରଙ୍କ ହଟ୍ ଡ୍ୟାନ୍ସ ଭାଇରାଲ୍, ଶାଢୀ ପିନ୍ଧି ଟିପ୍ ଟିପ୍ ବର୍ଷା ପାଣି ଗୀତରେ ନାଚି ଦେଖାଇଲେ ଜଲ୍ଓ୍ୱା, ଦେଖନ୍ତୁ ଭିଡ଼ିଓ

 
Prakurti mishra

ଓଲିଉଡରୁ ବଲିଉଡ଼ରେ ପାଦ ଥାପିଥିବା ଓଡ଼ିଆ ଝିଅ ପ୍ରକୃତୀ ମିଶ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି। ସେ ବିଭିନ୍ନ ସମୟରେ ନିଜର ଫୋଟୋ ଏବଂ ଭିଡ଼ିଓ ଗୁଡ଼ିକୁ ଇଣ୍ଟରନେଟରେ ଅପଲୋଡ଼ କରୁଥିବା ବେଳେ ଏହା ତାଙ୍କ ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସୁଛି। ତେବେ, ପ୍ରକୃତୀଙ୍କର ଏକ ନୂଆ ଡ୍ୟାନ୍ସ ଭିଡ଼ିଓ ବେସ୍ ଭାଇରାଲ ହେବାରେ ଲାଗିଛି। 

Prakurti mishra

ଏହି ଭିଡ଼ିଓରେ ପ୍ରକୃତି 'ଟିପ ଟିପ ବର୍ଷା ପାନି' ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି। ତାଙ୍କ ସହିତ କୋରିଓଗ୍ରାଫର ଅରୁନ୍ଧତୀ ଗଡ଼ନାୟକ ମଧ୍ୟ ନଜ଼ର ଆସିଥିଲେ। ଭିଡିଓ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, “ଏହି ଶୀତକୁ ଅଧିକ ଉପଯୋଗ କରିବା। ମୋର ଏବଂ ଆମର ନିଜସ୍ୱ ଏକ ଚମତ୍କାର ପ୍ରଦର୍ଶନ।”

ତେବେ, ପ୍ରକୃତୀଙ୍କର ଏହି ହଟ୍ ଅନ୍ଦାଜ୍ ତାଙ୍କ ଫ୍ୟାନ ମାନଙ୍କୁ ବହୁତ ପସନ୍ଦ ଆସିଛି। ପ୍ରକୃତୀ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡ଼ିଓଟିକୁ ଅପଲୋଡ଼ କରିଥିବା ବେଳେ ଏପର୍ଯ୍ୟନ୍ତ ୭୦ ହଜ଼ାରରୁ ଅଧିକ ଲୋକେ ଏହାକୁ ପସନ୍ଦ କରିଛନ୍ତି।