ଦେଖନ୍ତୁ ଭିଡ଼ିଓ: ବେଲେଇକୁ ବୁଦ୍ଧି ଶିଖାଇଲା ଗୁଣ୍ଡୁଚି ମୂଷା, ଅତି ଚତୁରତା ର ସହ କଲା ଏମିତି ଯେ ବିଲେଇ ହେଲା ବେହାଲ

 
Cat vs squirrel

ଗୁଣ୍ଡୁଚି ମୂଷା ଆକାରରେ ବହୁତ ଛୋଟ ହେଲେ ଦେଖିବାକୁ ବହୁତ୍ ସୁନ୍ଦର। ସେମାନଙ୍କ କାର୍ଯ୍ୟକଳାପ ମଧ୍ୟ ଖୁବ୍ ମନଲୋଭା। ସେମାନଙ୍କ ଗତି ଖୁବ କ୍ଷିପ୍ର ହୋଇଥିବାରୁ ତାଙ୍କୁ ଧରିବା ବହୁତ୍ କଷ୍ଟ ହୋଇଥାଏ। ଏବେ ସୋସିଆଲ ମିଡିଆରେ ଏହାକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବିଲେଇ ଗୁଣ୍ଡୁଚି ମୂଷାକୁ ଧରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି।

ଭାଇରାଲ ହେଉଥିବା ଏହି ଭିଡ଼ିଓଟିରେ ବିଲେଇଟି ମୂଷାକୁ ଧରିବା ପାଇଁ ଶତ ଚେଷ୍ଟା କରୁଛି। କିନ୍ତୁ, ଗୁଣ୍ଡୁଚି ମୂଷା ଚପଳତାର ସହିତ ଓଲଟା ବିଲେଇ ପିଠି ଉପରେ ବସି ପଡୁଛି। ଏପରି କରିବା ଦ୍ୱାରା ବିଲେଇଟି ଚାହିଁଲେ ମଧ୍ୟ ମୂଷାକୁ ଧରିବାରେ ବିଫଳ ହେଉଛି। ଦେଖନ୍ତୁ ଏହି ମଜାଦାର ଭିଡ଼ିଓ:-

ଏହି ମଜାଦାର ଭିଡ଼ିଓଟିକୁ ପ୍ରଥମେ @hopkinsBRFC21 ନାମକ ଏକ ପେଜ୍ ଦ୍ୱାରା ଟ୍ୱିଟର ମାଧ୍ୟମରେ ସେୟାର କରାଯାଇଥିଲା। ଏପର୍ଯ୍ୟନ୍ତ ଏହାକୁ ୬ ହଜ଼ାରରୁ ଅଧିକ ଲୋକେ ଦେଖି ସାରିଥିବା ବେଳେ ୭୦୦ ରୁ ଅଧିକ ଲୋକେ ଲାଇକ୍ କରିଛନ୍ତି। ଅନେକ ଉପଭୋକ୍ତା ଗୁଣ୍ଡୁଚି ମୂଷାର ଉପସ୍ଥିତ ବୁଦ୍ଧିକୁ ନେଇ ପ୍ରଶଂସା ମଧ୍ୟ କରିଛନ୍ତି।