ଗୋଡ଼ ଭାଙ୍ଗିବା ପରେ ଅକ୍ଷମ ପିଲାଟି ସୋନୁଙ୍କୁ ମାଗିଲା ସାହାଯ୍ୟ, ସୋନୁ ଦେଲେ ଏପରି ଜବାବ୍ ଜାଣି ହେବେ ଆଶ୍ଚର୍ଯ୍ୟ

 
ଗୋଡ଼ ଭାଙ୍ଗିବା ପରେ ଅକ୍ଷମ ପିଲାଟି ସୋନୁଙ୍କୁ ମାଗିଲା ସାହାଯ୍ୟ, ସୋନୁ ଦେଲେ ଏପରି ଜବାବ୍ ଜାଣି ହେବେ ଆଶ୍ଚର୍ଯ୍ୟ

କରୋନାରେ ଗରିବ ମାନଙ୍କ ପାଇଁ ଦେଵତା ସାଜିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍ ନିଜ ସାହାଯ୍ୟ କାମ ଜାରି ରଖିଛନ୍ତି। ପ୍ରତିଦିନ ଅନେକ ଗରିବଙ୍କୁ ସାହାଯ୍ୟ କରୁଛନ୍ତି। ଯାହା ପାଇଁ ପୂରା ଦେଶ ତାଙ୍କର ପ୍ରଶଂସା କରୁଛି। ତେବେ ବର୍ତ୍ତମାନ ସୋନୁ ସୁଦ ଯୋଗୁଁ ଦେଶର ଭବିଷ୍ୟତର ଜୀବନ ବଞ୍ଚି ଯାଇଛି। ଅସୁବିଧାରେ ଫସି ରହିଥିବା ଜଣେ ପିଲାକୁ ସୋନୁ ସାହାଯ୍ୟର ହାତ ବଢାଇଛନ୍ତି। ପିଲାଟିକୁ ଶାରୀରିକ ଅକ୍ଷମ ହେବାରୁ ସୋନୁ ରକ୍ଷା କରିଛନ୍ତି।

ସୋସିଆଲ ମିଡିଆରେ ଜଣେ ୟୁଜର ଏହି ପିଲାଟିର ଯନ୍ତ୍ରଣାରେ ଛଟପଟ ହେଉଥିବା ଫଟୋ ସେୟାର କରିଥିଲେ। ଫଟୋରେ ପିଲାଟିର ଗୋଡରେ ବ୍ୟାଣ୍ଡେଜ୍ ବନ୍ଧା ହୋଇଥିଲା। ପିଲାଟିର ଦୁର୍ଘଟଣା ଘଟିଥିବା କୁହାଯାଉଛି। ସୋନୁଙ୍କ ସାହାଯ୍ୟ ମାଗି ଏହା ଲେଖାଯାଇଥିଲା - ସାର୍ ଏହି ପିଲାଟି ବହୁତ ଗରିବ, ତା ଗୋଡ 2 ମାସ ପୂର୍ବରୁ ଭାଙ୍ଗି ଯାଇଥିଲା। ଗ୍ରାମବାସୀଙ୍କଠାରୁ କିଛି ଟଙ୍କା ସଂଗ୍ରହ କରିବା ପରେ ବ୍ୟାଣ୍ଡେଜ୍ ବନ୍ଧା ହୋଇଛି, ଯଦି ତାର ଅପରେସନ୍ ନ ହୁଏ, ତେବେ ସେ ଅକ୍ଷମ ହୋଇଯିବ ବୋଲି ଡାକ୍ତରମାନେ କହିଛନ୍ତି। ଶିଶୁଟିର ଅବସ୍ଥା ଦେଖିବା ପରେ ସମସ୍ତେ ଭାବପ୍ରବଣ ହୋଇଗଲେ। ସମସ୍ତେ ସମବେଦନା ଜଣାଇଛନ୍ତି।

କିନ୍ତୁ ଅଭିନେତା ସୋନୁ ସୁଦ କେବଳ ଜଣେ ସମବେଦନା ଦେଖାଉଥିବା ବ୍ୟକ୍ତି ନୁହଁନ୍ତି।ସୋନୁ ପିଲାଟି ପାଖକୁ ସିଧା ସାହାଯ୍ୟ ପଠାଇବାର କାମ କରିଛନ୍ତି। ତାଙ୍କ ସାହାଯ୍ୟ ଫଳରେ ପିଲାଟି ଏବେ ଆଉ ଅକ୍ଷମ ହେବ ନାହିଁ। ସୋନୁ ସେହି ପିଲାଟି ପାଇଁ ଟ୍ୱିଟ୍ କରି କହିଛନ୍ତି- ଏହି ଭବିଷ୍ୟତର ହିରୋ ଶୀଘ୍ର ଫିଟ୍ ହୋଇଯିବ। ଆସନ୍ତାକାଲି ଏହି ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ। ଡାକ୍ତରଙ୍କ ସହ କଥା ହୋଇଯାଇଛି। ତେବେ ସୋନୁଙ୍କ ସାହାଯ୍ୟ ପରେ ପିଲାଟିର ଅପରେଶନ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି।