ଦେଖନ୍ତୁ ଭିଡ଼ିଓ: ଲକଡାଉନରେ ବିବାହରେ ଯୋଗ ଦେବା ପଡିଲା ମହଙ୍ଗା, ପୋଲିସ କରାଇଲା "ବେଙ୍ଗ ଡିଆଁ"

 
Viral video

ବର୍ତ୍ତମାନ କରୋନାର ଭୟାଭୟତା କୁ ଦୃଷ୍ଟିରେ ରଖି ଦେଶର ବହୁତ ରାଜ୍ୟ ସେମାନଙ୍କ ଅଞ୍ଚଳରେ ଲକଡାଉନ ଘୋଷଣା କରିବା ସହ ବିବାହ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଗୁଡିକ ଉପରେ କଟକଣା ଲଗାଇଛନ୍ତି। ଏଭଳି ପରିସ୍ଥିତିରେ ଏତେ କଟକଣା ଥାଇ ମଧ୍ୟ କିଛି ଅମାନିଆ ଏହାର ଉଲ୍ଲଘଂନ କରୁଥିବା ଦେଖାଯାଇଛି। ତେବେ ଅମାନିଆମାନଙ୍କୁ ପୋଲିସ ଉଚିତ ଶାସ୍ତି ଦେଉଥିବାର ଅନେକ ଭିଡ଼ିଓ ସାମ୍ନାକୁ ଆସିଥାଏ।

ବର୍ତ୍ତମାନ ଏହିପରି ଏକ ଭିଡ଼ିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ହେତୁ ପୋଲିସ ବରଯାତ୍ରୀ ମାନଙ୍କୁ ରାସ୍ତା ଉପରେ "ବେଙ୍ଗ ଡିଆଁ" କରିବାକୁ ଶାସ୍ତି ଦେଇଥିଲା। ଏହିପରି ଘଟଣା ଘଟିଛି ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଯେଉଁଠାରେ ତାଲାବନ୍ଦ କଟକଣା ସତ୍ତ୍ୱେ ଏକ ବିବାହ ଭୋଜିରେ ଶହ ଶହ ଲୋକେ ଯୋଗଦେଇଥିଲେ।


ଏହିପରି ଘଟଣା ଘଟୁଥିବା ଖବର ପାଇ ପୋଲିସ ସେଠାରେ ପହଞ୍ଚି ଚଢ଼ାଉ କରିଥିଲା। ଏହାପରେ ଅମାନିଆ ବରଯାତ୍ରୀଙ୍କୁ ଏକ ଭିନ୍ନ ଉପାୟରେ ଶାସ୍ତି ଦେଇଥିଲା ପୋଲିସ। ପୋଲିସ ବରଯାତ୍ରୀ ରେ ଯାଇଥିବା ଲୋକମାନଙ୍କୁ ରାସ୍ତା ଉପରେ ବେଙ୍ଗ ପରି ଡେଇଁ ଡେଇଁ ଯିବାକୁ ନିର୍ଦେଶ  ଦେଇଥିଲା ଏବଂ ବର ସମେତ ଟେଣ୍ଟ ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ଘଟଣାର ଏକ ଭଡ଼ିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି।

ଏହି ଭିଡ଼ିଓରେ ପ୍ରାୟ ୧୭ ଜଣ ଲୋକଙ୍କୁ ପୋଲିସ ଗୋଟିଏ ଧାଡିରେ ଛିଡା କରି ବେଙ୍ଗ ଡିଆଁ କରାଉଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଖବର ମୁତାବକ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚିଲା ବେଳକୁ ସେଠାରେ ଧୁମଧାମ ରେ ବାହାଘର ଚାଲିଥିବା ବେଳେ ୩୦୦ ରୁ ଅଧିକ ଲୋକେ ଏକତ୍ରିତ ହୋଇଥିଲେ। ଦେଶରେ ବହୁ ଲୋକେ କରୋନା ରେ ପୀଡ଼ିତ ହେଉଥିବା ବେଳେ ଏପରି ଲୋକଙ୍କ ମନୋଭାବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।