ଦୀପିକାଙ୍କ ଆଶ୍ଚର୍ଯ୍ୟକର ବୟାନ, କହିଲେ- ରଣବୀରଙ୍କୁ ବାହା ହେଇଛି ହେଲେ ଏହି ଅଭିନେତାଙ୍କ ପିଲାର ମା ହେବି

 
Deepika Padukone

କଣ ଆପଣ ଜାଣନ୍ତି କି ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକନ ଓ ତାଙ୍କ ସ୍ଵାମୀ ରଣବିର ସିଂହ ବିବାହ କରିବା ପୂର୍ବରୁ ଏହି ଅଭିନେତା ଓ ଅଭିନେତ୍ରୀଙ୍କ ସହିତ ସମ୍ପର୍କ ରଖିଥିଲେ ଏବଂ ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ ।

ନିକଟରେ ଦୁହେଁ କରନ ଜୋହରଙ୍କ ଶୋ କଫି ଉଇଥ୍ କରନ୍  - ଆର୍ଟକୁ ଆସିଥିଲେ । ସେଠାରେ ଦୁହେଁ ସେମାନଙ୍କର ପ୍ରେମ କାହାଣୀ ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଘଟିଥିବା ସମସ୍ତ ଘଟଣା ଖୋଲା ଖୋଲି କହିଥିଲେ ।

ଉଚ୍ଚ

କହୁ କହୁ ଦୁଇ ଜଣ ଏପରି କିଛି କହିଦେଇଥିଲେ ଯେଉଁଥି ପାଇଁ ସେମାନେ ଟ୍ରୋଲ ହେବାରେ ଲାଗିଛନ୍ତି । ରଣବୀର ସିଂହଙ୍କର ଦୀପିକାଙ୍କ ସହିତ ପ୍ରଥମ ଦେଖାର କାହାଣୀ ଯେପରି ଥିଲା ଅନୁଷ୍କା ଶର୍ମାଂକ ସହିତ ମଧ୍ୟ ସେହିପରି ଥିଲା । ରଣବିର ଏହି କଥା ସେୟାର କରିବା ପରେ ରଣବିର ଙ୍କୁ ଦର୍ଶକ ମାନେ ଟ୍ରୋଲ କରୁଛନ୍ତି ।

ଦୀପିକା ମଧ୍ୟ ଟ୍ରୋଲ ହେବାରୁ ବାଦ୍ ପଡ଼ି ନାହାନ୍ତି । ଦୀପିକା ମଧ୍ୟ ତାଙ୍କର ପୂର୍ବ କାହାଣୀ ନେଇ ଟ୍ରୋଲ ହେଉଛନ୍ତି । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଦୀପିକାଙ୍କର ଏକ ଭିଡିଓ ଭାଇରାଲ ହେଉଛି ।

Deepika Padukone

ଏ ଭିଡିଓଟି ବହୁତ ପୁରୁଣା ହେଲେ ମଧ୍ୟ ଏବେ ଟ୍ରେଣ୍ଡିଂରେ ଚାଲିଛି । ଭିଡିଓଟିରେ ଉଭୟ ନିଜ ଚଳଚ୍ଚିତ୍ରର ପ୍ରମୋସନ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ଦୀପିକା ହଲିଉଡ୍ ଅଭିନେତା ଭିନ୍ ଡିଜେଲଙ୍କ ବିଷୟରେ ନିଜ ମନ କଥା ସେୟାର କରିଥିଲେ ।

ସେ କହିଥିଲେ ସେ ଭିନ୍ ଙ୍କୁ ବହୁତ୍ ପସନ୍ଦ କରନ୍ତି । କେବଳ ସେତିକି ନୁହେଁ ଦୀପିକା ଏକ ଆନ୍ତର୍ଜାତିକ ଚାର୍ଟ ଶୋରେ ମଧ୍ୟ ଭିନ୍ ଙ୍କ ବିଷୟରେ କହିଥିଲେ । ସେ କହିଥିଲେ ସେ ଭାବେ ଭିନ୍ ଙ୍କ ସନ୍ତାନକୁ ଜନ୍ମ ଦେବାକୁ ଚାହୁଁଛନ୍ତି । ଯାହା ପରେ ଟ୍ରୋଲ ହେବାରେ ଲାଗିଛନ୍ତି ଅଭିନେତ୍ରୀ ଦୀପିକା ।