ସବୁଦିନ ପାଇଁ ଓଡ଼ିଶା ଛାଡିଲେ ରାନୀ ପଣ୍ଡା, ଆଉ କରିବେନି ଯାତ୍ରାରେ ଅଭିନୟ, କାରଣ ଜାଣି ହେବେ ତାଜୁବ୍

 
ସବୁଦିନ ପାଇଁ ଓଡ଼ିଶା ଛାଡିଲେ ରାନୀ ପଣ୍ଡା, ଆଉ କରିବେନି ଯାତ୍ରାରେ ଅଭିନୟ, କାରଣ ଜାଣି ହେବେ ତାଜୁବ୍

ବିବାଦୀୟ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଲକଡାଉନ ସମୟରେ ବେଶ୍ ଚର୍ଚ୍ଚାରେ ରହିଥିଲେ। ଲକଡାଉନରେ ସେ ବହୁ ଗରିବଙ୍କୁ ସାହାଯ୍ୟର ହାତ ବଢାଇଥିଲେ।
ତେବେ ରାଜ୍ୟରେ ସିନେମା ହଲ୍ ଓ ଯାତ୍ରା ମଞ୍ଚ ଖୋଲିବାକୁ ସରକାର ଅନୁମତି ଦେବା ପରେ କଳାକାର ମାନେ ବହୁଦିନ ପରେ ଅନିଭୟକୁ ଫେରୁଛନ୍ତି। ହେଲେ ଯାତ୍ରା ଜଗତର ସବୁଠୁ ଅଧିକ ସେନସେସନ ଅଭିନେତ୍ରୀ ରାନୀ ଆଉ ଯାତ୍ରା ମଞ୍ଚକୁ ଆସିବେନି। ଯାତ୍ରା ରେ ଆଉ ଅଭିନୟ କରିବେନି ବୋଲି ନିଜେ ଘୋଷଣା କରିଛନ୍ତି। ଏମିତିକି ସେ ଓଡ଼ିଶା ଛାଡି ଚାଲି ଯାଉଛନ୍ତି ଓ ଆଉ ଓଡିଶା ଫେରିବେନି ବୋଲି କହିଛନ୍ତି।

ଏ ନେଇ ଏକ ଭିଡିଓ ଜାରି କରି ସେ କହିଛନ୍ତି। ରାନୀ କହିଛନ୍ତି, “ବାଏ ବାଏ ଓଡ଼ିଶା ,ମୁଁ ଆଉ ତତେ କେବେବି ହଇରାଣ କରିବି ନାହିଁ। ମୁଁ ସବୁଦିନ ପାଇଁ ତୋ ଠାରୁ ଦୂର କୁ ଚାଲିଯାଉଛି ଆଉ କେବେ ତ ପାଖକୁ ଫେରିବି ନାହିଁ, ତୁ ଯୋଉଠି ଥା ଭଲରେ ଥା। ତୁମ ଠାରୁ ମୁଁ ସବୁଦିନ ପାଇଁ ବିଦାୟ ନେଉଛି ,ସାରା ଓଡ଼ିଶା ବାସୀ ମତେ ଆଶୀର୍ବାଦ କରନ୍ତୁ ଇତି ତୁମର ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା’। ଆଉ ଏକ ପୋଷ୍ଟରେ ରାନୀ ପଣ୍ଡା କହିଛନ୍ତି, ମୁଁ ମୋ ଡ୍ରିମ ବୟ ସଲମାନ ଖାନଙ୍କୁ ଭେଟିବି, ମୁମ୍ବାଇରେ ଭୋଜପୁରୀରେ ଏକ ଭଲ ଆଇଟମ୍ ଡ୍ୟାନସର ହେବି, ଯେତେ କଷ୍ଟ ହେଉ ପଛେ।' ତେବେ ରାନୀ କାହିଁକି ଏଭଳି ନିଷ୍ପତ୍ତି ନେଲେ ସେ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। 

ରାନୀଙ୍କ ଏଭଳି ନିଷ୍ପତ୍ତିରେ ତାଙ୍କ ପ୍ରଶଂସକ ମାନେ ଓଡିଶା ଫେରି ଆସିବାକୁ ତାଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ରାନୀ ପଣ୍ଡା କିଛିଦିନ ତଳେ ଯାତ୍ରାକୁ ନେଇ ପୁଣି ଥରେ ବିବାଦରେ ଫସି ଥିଲେ। ଯାତ୍ରା ଅଭିନେତା ବାପି ପଣ୍ଡା ରାନୀ ପଣ୍ଡାଙ୍କ ବିରୋଧରେ ବାଲେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟର ଦ୍ୱାରସ୍ଥ ହୋଇ କେଶ୍ ଫାଇଲ ଦାଖଲ କରିଥିଲେ। ରାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାପି ଦାବି କରିଥିଲେ।