କରୋନା ଦ୍ୱାରା ପୀଡିତା ପ୍ରସିଦ୍ଧ କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର, ଏବେ କେମିତି ଅଛି ତାଙ୍କ ସ୍ୱାସ୍ଥ୍ୟବସ୍ଥା? ଜାଣନ୍ତୁ

 
Tapu mishra

ବର୍ତ୍ତମାନ ଓଡ଼ିଶାରେ କରୋନା ସଂକ୍ରମଣ ନିମ୍ନଗାମୀ ହେଉଥିଲେ ମଧ୍ୟ କରୋନା ମୃତ୍ୟୁହାର କମିବାର ନାଁ ନେଉନାହିଁ। ଏପରି ପରିସ୍ଥିତିରେ ଓଲିଉଡ୍ କଣ୍ଠଶିଳ୍ପୀ ତପୁ ମିଶ୍ର ମଧ୍ୟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଖବର ଅନୁଯାଇ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରେ ଲାଗିଛି।

ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି ଏବଂ ସେ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। କିନ୍ତୁ, ଡାକ୍ତରମାନଙ୍କ କହିବା ମୁତାବକ ତାଙ୍କ ଶରୀରରେ ଅକ୍ସିଜେନ୍ ସ୍ତର ହ୍ରାସ ପାଉଥିବାରୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଛି। ଏପରି ପରିସ୍ଥିତିରେ ତାଙ୍କର ଫ୍ୟାନ୍,ଶୁଭେଚ୍ଛୁ ଏବଂ ସାରା ଓଡ଼ିଶା ତାଙ୍କର ଆରୋଗ୍ୟ କାମନା କରୁଛି।

ଓଲିଉଡର ବରିଷ୍ଠ ଅଭିନେତ୍ରୀ ମହେଶ୍ୱତା ରାୟ, ଅଭିନେତା ବୁଦ୍ଧାଦିତ୍ୟ, ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ, ପ୍ଲେ-ବ୍ୟାକ୍ ସିଙ୍ଗର ସତ୍ୟଜିତ ପ୍ରଧାନଙ୍କ ସମେତ ବହୁ କଳାକାର ତପୁ ମିଶ୍ରଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ଗତ ମେ ୧୯ ତାରିଖରେ ଏହି ତପୁ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହା ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁ କୁ ସ୍ଥାନାନ୍ତରିତ କରାଯାଇଥିଲା।