ବିବାହ ବନ୍ଧନରେ ବାନ୍ଧି ହେଲେ ଓଡିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀ, ଏହି ପୁଅ ହେଲେ ତାଙ୍କ ଜୀବନସାଥୀ

 
ବିବାହ ବନ୍ଧନରେ ବାନ୍ଧି ହେଲେ ଓଡିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀ, ଏହି ପୁଅ ହେଲେ ତାଙ୍କ ଜୀବନସାଥୀ

ଅଭିନୟରୁ ସଂଗୀତ ଜଗତରେ ଆସିଥିବା ଲୋକପ୍ରିୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀ ହାତରୁ ଦିହାତ ହୋଇଛନ୍ତି। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୀପ୍ତିରେଖା। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ହୋଟେଲ୍‌ରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି। ସେ ଖୋର୍ଦ୍ଧାର ସୌମ୍ୟରଂଜନ ଶତପଥୀଙ୍କୁ ବିବାହ କରିଛନ୍ତି। ବିବାହ ଉତ୍ସବରେ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ, କଣ୍ଠଶିଳ୍ପୀ ଆଶୁତୋଷ ଓ ହାତଗଣତି ଶିଳ୍ପୀ ବିବାହ ଉତ୍ସବରେ ଯୋଗଦେଇ ଆଶୀର୍ବାଦ ଦେଇଥିଲେ।

ସୂଚନା ମୁତାବକ ଦୀପ୍ତିରେଖା ପ୍ରଥମେ ଟିଭି ସିରିଏଲରେ ଅଭିନୟ କରିଥିଲେ। ଏହାପରେ ପ୍ରେମ ଆନନ୍ଦ ତାଙ୍କୁ ଗୀତ ଗାଇବାର ସୁଯୋଗ ଦେଇଥିଲେ ‘ଲଭ୍‌ ଡଟ୍ କମ୍’‌ରୁ ସଂଗୀତ ଜଗତରେ ନିଜର ଯାତ୍ରା ଆରମ୍ଭ କରିଥିଲେ ଦୀପ୍ତିରେଖା। ଏହାପରେ ସେ ଅନେକ ଫିଲ୍ମରେ ଏବଂ ଆଲବମରେ ଗୀତ ଗାଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ହାଏ ତୋ ପ୍ରେମର ଗଜଲ୍‌, ହାଏ ତୋ ପ୍ରେମର ରଙ୍ଗୋଲି, ଲାଲ୍‌ ଗୁଲାବି, ତୁ ମୋ ଲଭ୍‌ ଷ୍ଟୋରି ଭଳି ସୁପରହିଟ୍‌ ଗୀତ ଭେଟି ଦେଇଛନ୍ତି।