ଅଶ୍ଳୀଳତାର ସୀମା ଟପିଲା ଏହି ଲୋକପ୍ରିୟ ଓଡିଆ ସିରିଏଲରେ, ରୋମାନ୍ସ ନାଁରେ ହିରୋ-ହିରୋଇନ କଲେ...

 
ଅଶ୍ଳୀଳତାର ସୀମା ଟପିଲା ଏହି ଲୋକପ୍ରିୟ ଓଡିଆ ସିରିଏଲରେ, ରୋମାନ୍ସ ନାଁରେ ହିରୋ-ହିରୋଇନ କଲେ...

ସିରିଏଲ୍ ପ୍ରାୟତଃ ପରିବାରର ସମସ୍ତେ ମିଶି ଦେଖିଥାନ୍ତି ଛୋଟ ବଡ ବୟସ୍କ ସମସ୍ତେ ସିରିଏଲ ଦେଖିବାକୁ ଭଲ ପାଇଥାନ୍ତି। ଓଡିଶାରେ ପ୍ରାୟତଃ ଲୋକମାନେ ହିନ୍ଦୀ ସିରିଏଲ ଠାରୁ ଓଡିଆ ସିରିଏଲ ଅଧିକ ଦେଖିଥାନ୍ତି କାରଣ ଓଡିଆ ସିରିଏଲରେ ଅଶ୍ଳୀଳତା ନଥାଏ। ତଥାପି ଆଜିକାଲି ସାମାନ୍ୟ ରୋମାନ୍ସ ସିନ୍ ଦେଖିବାକୁ ମିଳୁଛି। ହେଲେ ଏବେ ଏକ ଟିଭି ସିରିଏଲରେ ଦର୍ଶକ ମାନେ ଦେଖିବାକୁ ପାଇଲେ ସଫ୍ଟ ପର୍ଣ୍ଣ। ଓଡିଆରେ ଏପରି ସିନ୍ ଆସିବ ବୋଲି କେହି ଆଶା ବି କରିନଥିଲେ ଏବଂ ଏହା ଅଶ୍ଳୀଳତାରେ ହିନ୍ଦୀ ସିରିଏଲକୁ ବି ପଛରେ ପକାଇଦେଲା। 

ଏହି ସିରିଏଲଟି ହେଉଛି ଲୋକପ୍ରିୟ ଟିଭି ଚ୍ୟାନେଲ ତରଙ୍ଗର ପପୁଲାର୍ ଧାରାବାହିକ ‘ନୂଆ ବୋହୂ’। ଏହି ଧାରାବାହିକର ଏକ ଅଧ୍ୟାୟରେ ହିରୋ ହିରୋଇନ୍ ଙ୍କ ଭିତର ଅନ୍ତରଙ୍ଗ ମୁହୁର୍ତ୍ତକୁ ନେଇ କିଛି ଏମିତି ଦୃଶ୍ୟ ଚିତ୍ରାୟନ କରାଯାଇଛି ଯାହା ଓଡ଼ିଆ ଧାରାବାହିକ ତ ଛାଡ଼ନ୍ତୁ ସିନେମାରେ ମଧ୍ୟ ପ୍ରଦର୍ଶିତ ହୋଇନଥିଲା। ତେବେ ଓଡ଼ିଆ ସିରିଏଲରେ ଏପରି ଅଶ୍ଳୀଳ ସିନ୍ ପାଇଁ ଅନେକ ଲୋକ ନିନ୍ଦା କରିଥିବା ବେଳେ ଏହାକୁ ନେଇ ମିମ୍ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।