ରାଜ୍ କୁନ୍ଦ୍ରାଙ୍କ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ଓଡ଼ିଆ ପର୍ଣ୍ଣଷ୍ଟାର! ଚର୍ଚ୍ଚିତ ମଡେଲଙ୍କ ସହ ସିନେ ନିର୍ଦେଶକଙ୍କ ସମ୍ପୃକ୍ତି, ଜାଣନ୍ତୁ ପୂରା ଖବର

 
Odia actor raj kundra

ଅଶ୍ଳୀଳ ଚଳଚିତ୍ର ନିର୍ମାଣ କରି ମୋବାଇଲ ଆପ୍ ଜରିଆରେ ପ୍ରସାରଣ କରୁଥିବା ଅଭିଯୋଗରେ ବିଶିଷ୍ଟ ଶିଳ୍ପପତି ତଥା ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ତେବେ ଭାରତରେ ବ୍ୟାପିଥିବା ଏହି ବିସ୍ତୃତ ପର୍ଣ୍ଣ ନେଟୱାର୍କର ମାଷ୍ଟରମାଇଣ୍ଡ ଗିରଫ ହେବାପରେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନେ ମଧ୍ୟ ପୋଲିସର ଜାଲରେ ଫସିବାକୁ ଯାଉଛନ୍ତି।

Raj kundra

ଏପରି ପରିସ୍ଥିତିରେ ରାଜ୍ କୁନ୍ଦ୍ରାଙ୍କ ଅଶ୍ଳୀଳ ବ୍ୟବସାୟରେ ଏକାଧିକ ଓଡ଼ିଆ ସମ୍ପୃକ୍ତ ଥିବା କଥା ସାମ୍ନାକୁ ଆସୁଛି। ତେବେ ଏଥିରେ ଜଣେ ଆଗଧାଡ଼ିର ଓଡ଼ିଆ ମଡେଲଙ୍କ ନାମ ଶୀର୍ଷରେ ରହିଛି। ବର୍ତ୍ତମାନ ମୁମ୍ବାଇରେ ରହି ମଡେଲିଂ କରୁଥିବା ଯୁବ ମଡେଲ ସେକ୍ସପିୟର ତ୍ରିପାଠୀଙ୍କ ନାମ ସାମ୍ନାକୁ ଆସିଛି। ଏପରିକି ଅଶ୍ଳୀଳ ଭିଡ଼ିଓର କିଛି ଫୋଟୋକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିବା ମଧ୍ୟ ଦେଖିବାକୁ ମିଳିଛି।

Odia model

କେବଳ ଏତିକି ନୁହେଁ ବରଂ ଅନେକ ଓଡ଼ିଆ ଚଳଚିତ୍ରରେ ନିର୍ଦେଶନା ଦେଇଥିବା ଜଣେ ଓଡ଼ିଆ ନିର୍ଦେଶକ ମଧ୍ୟ ଏଥିରେ ସମ୍ପୃକ୍ତ ଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ, ଜଣେ ମଡେଲ ଖୁଲମଖୁଲା ସୋସିଆଲ ମିଡିଆ ଦ୍ୱାରା ଏଭଳି ଅଶ୍ଲୀଳତାର ପ୍ରଚାର କରୁଥିବା ଏବଂ ଜଣେ ନିର୍ଦେଶକ ସମ୍ପୃକ୍ତ ଥିଲେ ମଧ୍ୟ କଣ ପାଇଁ ଓଡ଼ିଶା ପୋଲିସ ନିରବଦ୍ରଷ୍ଟା ସାଜିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ରାଜ୍ କୁନ୍ଦ୍ରାଙ୍କ ଏହି କଳା କାରନାମାର ଚେର ଓଡ଼ିଶାରେ କେତେ ଆଗକୁ ଲମ୍ବିଛି ତାହା ଅଧିକ ତଦନ୍ତ ପରେ ହିଁ ଜଣାପଡିବ ବୋଲି ଆଶା କରାଯାଉଛି।