ଆରପାରିରେ ଓଡିଆ ଆଲବମ୍ କୁଇନ୍ ଦୀପା ସାହୁ, କ୍ୟାନସରରେ ପୀଡିତ ଥିବାବେଳେ ଆଜି ଦେହ..

ବିଜୟ ମହାନ୍ତିଙ୍କ ପରେ ଆଉ ଜଣେ କଳାକାରଙ୍କ ମୃତ୍ୟୁ ଘଟିଛି। କ୍ୟାନସରରେ ପୀଡିତ ଆଲବମ ଅଭିନେତ୍ରୀ ଦୀପା ସାହୁଙ୍କ ଆଜି ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନରୁ କ୍ୟାନସର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବାବେଳେ ଆଜି ମାତ୍ର ୩୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି ଏନେଇ ତାଙ୍କ ସ୍ୱାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି। କ୍ୟାନସରରେ ପୀଡିତ ଥିବାବେଳେ କିଛି ଦିନ ତଳେ ତାଙ୍କ
 
ଆରପାରିରେ ଓଡିଆ ଆଲବମ୍ କୁଇନ୍ ଦୀପା ସାହୁ, କ୍ୟାନସରରେ ପୀଡିତ ଥିବାବେଳେ ଆଜି ଦେହ..

ବିଜୟ ମହାନ୍ତିଙ୍କ ପରେ ଆଉ ଜଣେ କଳାକାରଙ୍କ ମୃତ୍ୟୁ ଘଟିଛି। କ୍ୟାନସରରେ ପୀଡିତ ଆଲବମ ଅଭିନେତ୍ରୀ ଦୀପା ସାହୁଙ୍କ ଆଜି ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନରୁ କ୍ୟାନସର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବାବେଳେ ଆଜି ମାତ୍ର ୩୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି ଏନେଇ ତାଙ୍କ ସ୍ୱାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି।

ଆରପାରିରେ ଓଡିଆ ଆଲବମ୍ କୁଇନ୍ ଦୀପା ସାହୁ, କ୍ୟାନସରରେ ପୀଡିତ ଥିବାବେଳେ ଆଜି ଦେହ..

କ୍ୟାନସରରେ ପୀଡିତ ଥିବାବେଳେ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବା ପରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଗତ ୬ ବର୍ଷ ଧରି ଓଭାରି କ୍ୟାନସରରେ ପୀଡ଼ିତ ଥିଲେ। ଏହି କିଛି ଦିନରୁ ତାଙ୍କ ଅବସ୍ଥା ଧୀରେ ଧୀରେ ଅଧିକ ବିଗିଡିବା ସହ ଅତ୍ୟଧିକ ରକ୍ତ ସ୍ରାବ ହେଉଥିଲା ବୋଲି ସୂଚନା ରହିଥିଲା। ତେବେ ଦୀପାଙ୍କ ମୃତ୍ୟୁରେ ଓଡିଆ କଳାକାର ଜଗତକୁ ଆଉ ଏକ ବଡ କ୍ଷତି ହୋଇଛି।

ସେ ଅନେକ ଓଡ଼ିଆ ହିଟ୍ ଆଲବମ ଦର୍ଶକଙ୍କୁ ଭେଟି ଦେଇଥିଲେ ଯେଉଁଥିରୁ “ତୋ କୃଷ୍ଣ ଚୁଡା ରଙ୍ଗର ନାଲି ଓଢଣୀ, ଏକଡା ଏକଡା, ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା, ତୋର ଟଣା ଟଣା ଆଖି, ତୋର ଲମ୍ବା ବେଣୀ, ଫୁଲର ସହରେ ଘରଟେ କିଣିବି” ଭଳି ହିଟ୍ ଆଲବମ୍ ରେ ଅଭିନୟ କରି ଓଡିଶାର ଘରେ ଘରେ ପରିଚିତ ସହ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଛାପ ଛାଡିଥିଲେ ଦୀପା। ହେଲେ ଦେହ ଖରାପ ହେତୁ ସେ ଅନେକ ବର୍ଷରୁ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ।