ଦେଖନ୍ତୁ ଭିଡ଼ିଓ: ସ୍ୱାମୀ ରୋହନପ୍ରୀତଙ୍କୁ କାହିଁକି ଚାପୁଡ଼ା ମାରିଲେ ନେହା କକ୍କର? ସୋସିଆଲ ମିଡିଆରେ ଭିଡ଼ିଓ ହେଲା ଭାଇରାଲ

 
Nehupreet

ପ୍ରସିଦ୍ଧ ବଲିଉଡ଼ ଗାୟିକା ନେହା କକ୍କର ସାଧାରଣତଃ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି। ଖାସ୍ କରି ବିବାହ କରିବା ପରେ ସେ ନିଜ ସ୍ୱାମୀ ରୋହନପ୍ରୀତ ସିଂଙ୍କ ସହ ରେକର୍ଡ଼ କରିଥିବା ଅନେକ ଭିଡ଼ିଓ ଇଣ୍ଟରନେଟରେ ଅପଲୋଡ଼ କରିଥାନ୍ତି। ବର୍ତ୍ତମାନ ସେମାନଙ୍କର ଏହିପରି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେମାନେ ତାଙ୍କର ଆଗାମୀ ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି।

ଦେଶୀ ମ୍ୟୁଜିକ ଫ୍ୟାକ୍ଟ୍ରି ଦ୍ୱାରା ରିଲିଜ ହୋଇଥିବା ଏହି ଗୀତରେ ଉଭୟେ ନେହା ଏବଂ ରୋହନପ୍ରୀତ କଣ୍ଠଦାନ କରିଛନ୍ତି। ତେବେ, ଏହି ଗୀତର ମ୍ୟୁଜିକ ରିଲିଜ଼ ହେବାପରେ ନେହା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡ଼ିଓ ରିଲ୍ ସେୟାର କରିଥିଲେ। ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କ ସହ ଡ୍ୟାନ୍ସ କରିବା ସହ ତାଙ୍କୁ ମଜ଼ାରେ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଥିଲା।

ଦେଖନ୍ତୁ ଭିଡ଼ିଓ:-

ଏହି ଭିଡ଼ିଓରେ ରୋହନପ୍ରୀତ ମଜାଳିଆ କ୍ୟାପସନ୍ ଦେବା ସହ "କଣ ସମସ୍ତେ ନିଜ ସ୍ତ୍ରୀଙ୍କ ଠାରୁ ଏହିପରି ଚାପୁଡ଼ା ଖାଇଥାନ୍ତି ବୋଲି ପ୍ରଶ୍ନ କରିଥିଲେ"। "ନେହୁପ୍ରୀତ"ଙ୍କର ଏହି ଭିଡ଼ିଓକୁ ଲୋକେ ଖୁବ ପସନ୍ଦ କରିବା ସହ ଏଥିରେ ଭିନ୍ନ ଭିନ୍ନ ପ୍ରକାରର ମନ୍ତବ୍ୟ ଦେବାରେ ଲାଗିଛନ୍ତି।