ଦେଖନ୍ତୁ ଭିଡ଼ିଓ: ରିଅଲିଟି ସୋ ମଧ୍ୟରେ ସମସ୍ତଙ୍କ ଆଗରେ ନୀରଜ ଚୋପ୍ରା ଏହି ସୁନ୍ଦରୀ ଝିଅଙ୍କୁ କଲେ ପ୍ରେମ ନିବେଦନ, ଆଉ...

 
Neeraj chopra propose

ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା ପରେ ବେସ ଲୋକପ୍ରିୟ ହୋଇଯାଇଛନ୍ତି ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା। ଲୋକପ୍ରିୟତା ବଢ଼ିବା ସହିତ ତାଙ୍କ ସମର୍ଥକମାନେ ନୀରଜଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ ଜାଣିବା ପାଇଁ ଉତ୍ସୁକ ଅଛନ୍ତି। ଏଥିସହିତ ବେସ୍ ହ୍ୟାଣ୍ଡସମ୍ ଦେଖାଯାଉଥିବା ନୀରଜଙ୍କର ଲଭ ଲାଇଫକୁ ନେଇ ମଧ୍ୟ ବିଭିନ୍ନ କଳ୍ପନା ଜଳ୍ପନା କରାଯାଉଛି।

Neeraj chopra

ଏହାରି ମଧ୍ୟରେ ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ନୀରଜ ଡ୍ୟାନ୍ସ କୋରିଓଗ୍ରାଫର ଶକ୍ତି ମୋହନଙ୍କୁ ପ୍ରେମ ନିବେଦନ କରୁଥିବାର ଦେଖିବାକୁ ମିଳୁଛି। ଏପର୍ଯ୍ୟନ୍ତ ନୀରଜଙ୍କର କୌଣସି ପ୍ରେମିକା ଅଥବା ବାନ୍ଧବୀଙ୍କ ବିଷୟରେ ଲୋକେ ଜାଣିନଥିବା ବେଳେ ଏହି ଭିଡ଼ିଓ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ଦେଖନ୍ତୁ ଭିଡ଼ିଓ:

ପ୍ରକୃତରେ କିଛି ଦିନ ତଳେ ଡ୍ୟାନ୍ସ ଦେଖନ୍ତୁ ଭିଡ଼ିଓ: ରିଅଲିଟି ସୋ ମଧ୍ୟରେ ସମସ୍ତଙ୍କ ଆଗରେ ନୀରଜ ଚୋପ୍ରା ଏହି ସୁନ୍ଦରୀ ଝିଅଙ୍କୁ କଲେ ପ୍ରେମ ନିବେଦନ, ଆଉ... 'ଡ୍ୟାନ୍ସ ପ୍ଲସ୍-୬'ର ଆଗାମୀ ଏପିସୋଡର ଏକ ପ୍ରୋମୋ ସାମ୍ନାକୁ ଆସିଛି। ଯେଉଁଥିରେ ନୀରଜ ଚୋପ୍ରା ବିଶେଷ ଅତିଥି ଭାବରେ ଯୋଗ ଦେଇଥିବା ଦେଖିବାକୁ ମିଳୁଛି। ଏହି ଶୋ’ରେ ନୀରଜ ଚୋପ୍ରା ବହୁତ ମଜା କରୁଥିବା ଦେଖିବାକୁ ମିଳିଛି। ନୀରଜ 'ଇଶ୍କ ତେରା ତଡପେଏ' ଗୀତରେ ନାଚିବା ସହିତ ଶକ୍ତି ମୋହନଙ୍କୁ ମଞ୍ଚରେ ସମସ୍ତଙ୍କ ସାମ୍ନାରେ ପ୍ରେମ ନିବେଦନ କରୁଥିବାର ନଜର ଆସିଥିଲେ। ନୀରଜଙ୍କୁ ପ୍ରଥମ ଥର ପାଇଁ ଏଭଳି ଅବତାରରେ ଦେଖି ସମସ୍ତେ ଚକିତ ହୋଇ ଉଠିଥିଲେ।