ଦେଖନ୍ତୁ ଭିଡ଼ିଓ: ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ, DJ Azexଙ୍କ ମୃତ୍ୟୁ ପଛରେ ପ୍ରେମିକାଙ୍କ ହାତ

 
Dj Ajex

ଚର୍ଚ୍ଚାରେ ଲୋକପ୍ରିୟ ଡିଜେ ଆଜେକ୍ସ(DJ AJEX)ଙ୍କ ମୃତ୍ୟୁ। ନିଜ କଳାର ଯାଦୁରେ ସମସ୍ତଙ୍କୁ ବିମୋହିତ କରୁଥିବା ଅଜେକ୍ସଙ୍କର ଏଭଳି ଆକସ୍ମିକ ମୃତ୍ୟୁ ପରେ ତାଙ୍କ ପରିବାର ଏବଂ ପ୍ରଶଂସକ ହତବାକ୍ ହୋଇ ପଡିଛନ୍ତି। କେବଳ ସେତିକି ନୁହେଁ ଏହା ଆତ୍ମହତ୍ୟା ନୁହେଁ ବରଂ ଏକ ପ୍ଲାନ୍ ମର୍ଡର ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

Dj ajex

ଏହି ମାମଲାରେ ସିଧା ସଳଖ ଭାବରେ ଆଜେକ୍ସଙ୍କର ପ୍ରେମିକାଙ୍କର କଥା ସାମ୍ନାକୁ ଆସୁଛି। ଏହି ଯୁବତୀ ଜଣକ ତାଙ୍କୁ ବାରମ୍ବାର ବ୍ଲାକମେଲ୍ କରିବା ସହିତ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏପରିକି ଉକ୍ତ ଯୁବତୀଙ୍କ ସହିତ କଥା ନ ହେଲେ କୌଣସି ଏକ ଭିଡ଼ିଓ ଭାଇରାଲ କରିବାର ଧମକ ମଧ୍ୟ ଦିଆଯାଉଥିବା ଆଜେକ୍ସଙ୍କ ମାମୁ କହିଛନ୍ତି।

କେବଳ ଯେ ପରିବାରବର୍ଗ ତାହା ନୁହେଁ ବରଂ ଅଜେକ୍ସଙ୍କ ସହକର୍ମୀ ଏବଂ ସାଙ୍ଗମାନେ ମଧ୍ୟ ଖୋଲାଖୋଲି ଭାବରେ ଉକ୍ତ ଯୁବତୀଙ୍କ ଉପରେ ଅଭିଯୋଗ ଆଣିଛନ୍ତି। ଗତକିଛି ଦିନ ତଳେ ୧୫ ହଜ଼ାର ଟଙ୍କା ନେବା ସହିତ ଡିଜେ ଆଜେକ୍ସଙ୍କ ଦ୍ଵାରା ଯୁବତୀ ଜଣକ ଆଡ଼ମିସନ ଠାରୁ ଯାବତୀୟ ଖର୍ଚ୍ଚ କରାଉଥିବା ଅଭିଯୋଗ ହୋଇଛି। ଏଥିନେଇ ଖାରବେଳ ନଗର ଥାନାରେ ଲିଖିତ ଭାବରେ ଏକ ଏତଲା ଦିଆଯାଇଛି।