ରାତି ଅଧରେ ନିଜର ପୁଙ୍ଗୁଳା ଫୋଟୋ ପୋଷ୍ଟ କଲେ ଅନୁଭବ ମହାନ୍ତି, ଅଭିନେତ୍ରୀ ପ୍ରକୃତି ମିଶ୍ର ଦେଲେ ଏଭଳି ଅଜବ ରିଆକ୍ସନ୍

 
Anubhab mohanty

ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ପ୍ରାୟତଃ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଦେଖିବାକୁ ମିଳିଥାଏ। କେବେ କେବେ ତାଙ୍କୁ ଲୋକମାନଙ୍କୁ ସଚେତନ କରାଉଥିବାର ଦେଖିବାକୁ ମିଳୁଥାଏ ତ କେତେବେଳେ ତାଙ୍କୁ ସୋସିଆଲ ମିଡିଆ ଅକାଉଣ୍ଟରେ ଭଳିକି ଭଳି ଫୋଟୋ ପୋଷ୍ଟ କରୁଥିବାର ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଅନୁଭବଙ୍କର ଏହିଭଳି ଏକ ଫୋଟୋ ଖୁବ ଭାଇରାଲ ହେଉଛି।

Anubhav

ପ୍ରକୃତରେ ଅନୁଭବ ନିଜର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୁଙ୍ଗୁଳା ଫୋଟୋ ଅପଲୋଡ଼ କରିଥିଲେ। ଏହି ଫୋଟୋରେ ଅନୁଭବଙ୍କ କେବଳ ଉପର ଭାଗ ଶରୀର ଦେଖିବାକୁ ମିଳୁଛି। ଗୋଟିଏ ପଟେ ଅନୁଭବଙ୍କ ଫ୍ୟାନ୍ସ ମାନେ ଏହି ଫୋଟୋକୁ ନେଇ ପ୍ରଶଂସା କରୁଥିବା ବେଳେ କେନ୍ଦ୍ରାପଡା ସାଂସଦଙ୍କର ଏଭଳି ଅବତାରକୁ ନେଇ ବିରୋଧୀମାନେ କଟାକ୍ଷ କରିଛନ୍ତି।

Prakurti mishra

ଫୋଟୋ ପୋଷ୍ଟ କରିବା ସହ ଅନୁଭବ ଲେଖିଥିଲେ ଯେ,'ଆପଣ ସ୍ୱପ୍ନ ଏବଂ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନକୁ ନେଇ ଭୟଭୀତ କି? ଆରାମ କରନ୍ତୁ! ଯଦି ଆପଣ ସ୍ୱପ୍ନ ଦେଖି ପାରିବେ, ତେବେ ତାହାକୁ ପୁରା ମଧ୍ୟ କରିପାରିବେ। ସାମ୍ନା କରିବାକୁ ଥିବା କଠିନ ଆହ୍ୱାନ ବ୍ୟତୀତ ଜୀବନ ଆଉ କିଛି ନୁହେଁ! ଭୟଭୀତ ନହୋଇ ଆତ୍ମବିଶ୍ୱାସର ତାହାକୁ ସମ୍ମୁଖୀନ କରନ୍ତୁ, କାରଣ ଭାଗ୍ୟ ବାହାଦୁରର ସାଥ୍ ଦିଏ'। ଅନୁଭବ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫୋଟୋ ପୋଷ୍ଟ କରିବା ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ cute cute ବୋଲି ଲେଖିବା ସହ ସେଥିରେ ପ୍ରେମ ଭରା ଏକ ଇମୋଜି ମଧ୍ୟ ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା।