ଦେଖନ୍ତୁ ଭିଡ଼ିଓ: ମୃତ୍ୟୁ ପୂର୍ବର ମିହିର ଦାସଙ୍କ ଶେଷ ଖୁସିର ମୁହୂର୍ତ୍ତ, ଫ୍ୟାନମାନଙ୍କ ଗହଣରେ ଏଭଳି ପାଳିଥିଲେ ଶେଷ ଜନ୍ମଦିନ

 
Mihir das

ଓଡ଼ିଆ ସିନେ ଜଗତ, ଲକ୍ଷ ଲକ୍ଷ ପ୍ରଶଂସକ ଏବଂ ପରିବାରକୁ ଏକା ଛାଡ଼ି ଅଫେରନ୍ତା ରାଇଜକୁ ଚାଲିଯାଇଛନ୍ତି ବରିଷ୍ଠ ଅଭିନେତା ମିହିର ଦାସ। ମିହିର ଦାସ କେବଳ ଜଣେ ଭଲ ଅଭିନେତା ନୁହେଁ ବରଂ ସେ ଥିଲେ ଜଣେ ଭଲ ଏବଂ ବିଶାଳ ହୃଦୟର ମଣିଷ। ସିନେମା ଇଣ୍ଡଷ୍ଟ୍ରିରେ ତାଙ୍କର ଅବଦାନ କାହାକୁ ଅଛପା ନାହିଁ। କେବଳ ଏତିକି ନୁହେଁ ସେ ସକ୍ରିୟ ଥିବା ସମୟରେ ଅନେକ ଯୁବ ଅଭିନେତା ଅଭିନେତ୍ରୀଙ୍କୁ ବହୁତ ସାହାଯ୍ୟ କରିଥିଲେ।

Mihir das

"ପୁଅ ମୋର ଭୋଳା ଶଙ୍କରରେ" ଚାକର ଚରିତ୍ର ହେଉ ଅଥବା "ଅଭିମନ୍ୟୁ" ଚଳଚିତ୍ରର କାକା ଚରିତ୍ର ସମସ୍ତଙ୍କର ସଦାସର୍ବଦା ମନେରହିବ ନିଶ୍ଚିତ। ତେବେ, ମିହିରଙ୍କର ଦେହାନ୍ତ ପରେ ତାଙ୍କର ଏକ ଭିଡ଼ିଓ ଏବେ ଭାଇରାଲ ହେଉଛି।

Mihir das

ଯେଉଁଥିରେ ସେ ନିଜ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳୁଛି। ଭିଡ଼ିଓଟିରେ ମିହିର ଦାସ କେକ୍ କାଟିବା ସହିତ ପରିବାର ଲୋକ ଏବଂ ପ୍ରଶଂସକ ମାନଙ୍କ ସହିତ ହସଖୁସିରେ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଦେଖନ୍ତୁ ଭିଡ଼ିଓ:-

From around the web