ଦେଖନ୍ତୁ ଭିଡ଼ିଓ: ବେଦୀରେ ମଦ ନିଶାରେ ମାତାଲ୍ ବର, କନ୍ୟା ବଦଳେ ଶାଶୁ ବେକରେ ପକାଇଦେଲା ବରଣମାଳା ଆଉ ତାପରେ...

 
Sasu bara

ମଣିଷ ମଦ୍ୟପାନ ଏବଂ ଏହି ଭଳି ଅଲଗା ନିଶା କରିବା ଦ୍ୱାରା ନିଜର ହିତାହିତ ଜ୍ଞାନ ଭୁଲିଯାଏ। ନିଶା କରିସାରିବା ପରେ ମଣିଷ ନିଜ ଆୟତ୍ତ ଭିତରେ ରହିନଥାଏ। ସେ କେତେବେଳେ କଣ କରିବସେ ତାହା ନିଜେ ମଧ୍ୟ ଜାଣିପାରେନାହିଁ। ବେଳେ ବେଳେ ନିଶାରେ ମଣିଷ ଏପରି କାମ କରିବସେ ଯେଉଁଥିପାଇଁ ତାକୁ ବହୁତ ଅପମାନିତ ହେବାକୁ ପଡିଥାଏ।

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବର ଏବଂ କନ୍ୟା ଉଭୟେ ମଞ୍ଚ ଉପରେ ବରଣମାଳା ପିନ୍ଧାଉଥିବାର ଦେଖାଯାଉଛି। କିନ୍ତୁ ଏହି ସମୟରେ ନିଶାରେ ଥିବା ବର ଏକ ବହୁତ ବଡ଼ ଭୁଲ କରିଦେଉଛି। ନିଶାସକ୍ତ ଅବସ୍ଥାରେ ବର କନ୍ୟା ବେକରେ ବରଣମାଳା ପିନ୍ଧାଇବା ପରିବର୍ତ୍ତେ ଶାଶୂ ବେକରେ ମାଳ ପିନ୍ଧାଇବାକୁ ଉଦ୍ୟତ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡ଼ିଓ:-

ଏହି ଘଟଣା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକେ ହସିବାକୁ ଲାଗିଥିଲେ ଏବଂ ଏହି ଘଟଣାର ଭିଡ଼ିଓ କ୍ୟାମେରାରେ ରେକର୍ଡ଼ ହୋଇଯାଇଥିଲା ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଠାରେ କହି ରଖୁଛୁ ଯେ ଏହି ବର ଏତେ ମାତ୍ରାରେ ମଦ୍ୟପାନ କରିଥିଲା ଯେ ସେ ନିଜ ଶରୀରକୁ ମଧ୍ୟ ସମ୍ଭାଳି ପାରୁନଥିଲା।

ଭିଡ଼ିଓରେ ଏହା ସମ୍ପୂର୍ଣ୍ଣ ଭାବରେ ପ୍ରତିତ ହେଉଛି ଯେ ବର ବରଣମାଳା ପିନ୍ଧାଇବା ସମୟରେ ଠିକ ଭାବରେ ଠିଆ ମଧ୍ୟ ହୋଇପାରୁନଥିଲା ଏବଂ ଭୁଲବଶତଃ ନିଜ ଶାଶୂ ବେକରେ ମାଳ ପିନ୍ଧାଇବାକୁ ଯାଉଥିଲେ। କିନ୍ତୁ ଏଥିରେ ଉତକ୍ଷିପ୍ତ ହୋଇ ମହିଳା ଜଣକ ତାଙ୍କ ଠେଲି ଦେଇଥିଲେ ଫଳରେ ବର ପାଖରେ ଥିବା ଚୌକି ଉପରେ ପଡି ଯାଇଥିଲା। ବର୍ତ୍ତମାନ ଏହି ଭିଡ଼ିଓ ଭାଇରାଲ ହେବା ସହ ଲୋକମାନଙ୍କୁ ହସିବାର ଖୋରାକ ଯୋଗାଇଛି।