ଦେଖନ୍ତୁ ଭିଡ଼ିଓ: ମଣିଷ ବ୍ୟବହାର କରୁଥିବା ପାଇଖାନା ଭିତରୁ ହଠାତ ବାହାରିଲା ସିଂହ, ଅଳ୍ପକେ ବଞ୍ଚିଗଲା ଜୀବନ 

 
Lion

ଜୀବଜନ୍ତୁ ମାନଙ୍କର ଏଭଳି ଅନେକ ଭିଡ଼ିଓ ଇଣ୍ଟରନେଟରେ ଅପଲୋଡ଼ ହୋଇଥାଏ ଯେଉଁଥିରେ ସେମାନେ କିଛି ଅଜବ ଗଜବ କାମ କରୁଥିବାର ଦେଖିବାକୁ ମିଳିଥାଏ। ତେବେ, ଏହିପରି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଯେଉଁଥିରେ ଏକ ସିଂହ ମଣିଷ ବ୍ୟବହାର କରୁଥିବା ପାଇଖାନାରୁ ବାହାରି ଆସୁଥିବାର ଦେଖିବାକୁ ମିଳୁଛି।

ଭାଇରାଲ ହେଉଥିବା ଏହି ଭିଡିଓଟିରେ ଜଙ୍ଗଲ ପାଖାପାଖି ଥିବା ଏକ ଶୌଚାଳୟ ଦେଖିବାକୁ ମିଳୁଛି। କିନ୍ତୁ, ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ କିଛି ସମୟ ଭିତରେ ଉକ୍ତ ଶୌଚାଳୟ ଭିତରୁ ଏକ ବିଶାଳ ସିଂହ ବାହାରିଥିଲା। ଏହି ଘଟଣାର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡ଼ିଓ:-

ପ୍ରଥମେ ଆଇ.ଏଫ.ଏସ୍ ଅଧିକାରୀ ସୁଶାନ୍ତ ନନ୍ଦା ଏହି ଭିଡ଼ିଓଟିକୁ ନିଜ ଟ୍ୱିଟର ଅକାଉଣ୍ଡରେ ଅପଲୋଡ଼ କରିଥିଲେ। ଅକ୍ଟୋବର ୩ ତାରିଖରେ ଭିଡ଼ିଓଟି ଅପଲୋଡ଼ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସୁଦ୍ଧା ଏଥିରେ ୨୦ ହଜ଼ାରରୁ ଅଧିକ ଭିୟୁ ଆସି ସାରିଛି । 

ଏହି ଭିଡ଼ିଓ କୁ ୧୬୦୦ ରୁ ଅଧିକ ଲୋକେ ଏହାକୁ ଲାଇକ୍ ମଧ୍ୟ କରିଛନ୍ତି । ତେବେ ଭଲ କଥା ହେଉଛି ଯେ ଟଏଲେଟ ଭିତରକୁ କେହି ଯାଇ ନଥିଲେ, କାହାର କୌଣସି କ୍ଷତି ହୋଇ ନାହିଁ ।