୫ ସିଂହ ମିଶି ଶିକାର କଲେ ମଇଁଷି, ହେଲେ ଖାଇବା ପୂର୍ବରୁ ଯାହା ହେଲା ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ

ଓଡ଼ିଆରେ ଗୋଟିଏ ଆପ୍ତବାକ୍ୟ ଅଛି: ‘ରଖେ ହରି ତ ମାରେ କିଏ? ମାରେ ହରି ତ ରଖେ କିଏ?’ ଅର୍ଥାତ୍ ଈଶ୍ୱର ଯଦି ଗୋଟିଏ ପ୍ରାଣୀକୁ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି, ତେବେ ତା’ର ପ୍ରାଣ କୌଣସି ଶକ୍ତି ନେଇ ପାରିବ ନାହିଁ ସେ ଯେତେ ଶକ୍ତିଶାଳୀ ହେଉ ନା କାହିଁକି। ଏହିପରି ଏକ ଘଟଣାର ଏକ ବିରଳ ଦୃଷ୍ଟାନ୍ତ ଦେଖିବା ପାଇଁ ମିଳିଛି, ନିକଟରେ ପ୍ରବୀଣ ଦକ୍ଷିଣ ଆଫ୍ରିକାର କୁର୍ଗର୍ ଅଭୟାରଣ୍ୟ ପରିଦର୍ଶନରେ ଯାଇଥିବା ବେଳେ ସେଇଠାରେ
 
୫ ସିଂହ ମିଶି ଶିକାର କଲେ ମଇଁଷି, ହେଲେ ଖାଇବା ପୂର୍ବରୁ ଯାହା ହେଲା ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ

ଓଡ଼ିଆରେ ଗୋଟିଏ ଆପ୍ତବାକ୍ୟ ଅଛି: ‘ରଖେ ହରି ତ ମାରେ କିଏ? ମାରେ ହରି ତ ରଖେ କିଏ?’ ଅର୍ଥାତ୍‌ ଈଶ୍ୱର ଯଦି ଗୋଟିଏ ପ୍ରାଣୀକୁ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି, ତେବେ ତା’ର ପ୍ରାଣ କୌଣସି ଶକ୍ତି ନେଇ ପାରିବ ନାହିଁ ସେ ଯେତେ ଶକ୍ତିଶାଳୀ ହେଉ ନା କାହିଁକି।

୫ ସିଂହ ମିଶି ଶିକାର କଲେ ମଇଁଷି, ହେଲେ ଖାଇବା ପୂର୍ବରୁ ଯାହା ହେଲା ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ

ଏହିପରି ଏକ ଘଟଣାର ଏକ ବିରଳ ଦୃଷ୍ଟାନ୍ତ ଦେଖିବା ପାଇଁ ମିଳିଛି, ନିକଟରେ ପ୍ରବୀଣ ଦକ୍ଷିଣ ଆଫ୍ରିକାର କୁର୍‌ଗର୍‌ ଅଭୟାରଣ୍ୟ ପରିଦର୍ଶନରେ ଯାଇଥିବା ବେଳେ ସେଇଠାରେ ରେକର୍ଡିଂ କରିଥିଲେ ଏହି ଭିଡିଓଟିକୁ। ଘଟଣାଟି ଏହିପରି: କୁର୍‌ଗର୍‌ ଅଭୟାରଣ୍ୟର ପାଞ୍ଚ ଜଣ ସିଂହ ଓ ସିଂହୀ ମିଳିତ ଭାବେ ସେମାନଙ୍କ ଆହର ଉଦ୍ଦେଶ୍ୟରେ ଶିକାର କରିଥିଲେ ଗୋଟିଏ ମଇଁଷିକୁ।

୫ ସିଂହ ମିଶି ଶିକାର କଲେ ମଇଁଷି, ହେଲେ ଖାଇବା ପୂର୍ବରୁ ଯାହା ହେଲା ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ

ସଂପୂର୍ଣ୍ଣ ରୂପେ ନମରି ମଇଁଷିଟି ଦରମରା ଅବସ୍ଥାରେ ପଡ଼ି ରହିଥିବା ବେଳେ ତାକୁ ଖାଇବା ପାଇଁ ଏକତ୍ରିତ ହୋଇଥିଲେ ପାଞ୍ଚ ଜଣ ଯାକ ସିଂହ ଓ ସିଂହୀ। ହେଲେ ଖାଇବା ଆରମ୍ଭ କରିବା ପୂର୍ବରୁ ଗୋଟିଏ ସିଂହ ସହ ଅନ୍ୟ ଦୁଇଜଣଙ୍କର ଝଗଡ଼ା ଆରମ୍ଭ ହୋଇଗଲା।

୫ ସିଂହ ମିଶି ଶିକାର କଲେ ମଇଁଷି, ହେଲେ ଖାଇବା ପୂର୍ବରୁ ଯାହା ହେଲା ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ

ସେମାନେ ତିନି ଜଣ ଝଗଡ଼ା ଲାଗି ଗଡ଼ାଗଡ଼ି ହେଉଥିବା ଦେଖିବା ପରେ ମଇଁଷି ନିକଟରେ ଥିବା ଅନ୍ୟ ଦୁଇ ସିଂହ ମଧ୍ୟ ସେମାନଙ୍କ ଆଡ଼କୁ ଝପଟି ଆସିଲେ। ପରେ ପାଞ୍ଚ ଜଣ ଯାକ ସିଂହ ଓ ସିଂହୀ ପରସ୍ପର ମଧ୍ୟରେ ଜୋର ଝଗଡ଼ା ଲାଗିଲେ ଓ ନିଜ ନିଜକୁ ଝଗଡ଼ାରୁ ରକ୍ଷା କରିବା ପାଇଁ ସେଠାରୁ ଦୌଡ଼ି ପଳାଇଲେ। ଏଇ ସୁଯୋଗରେ ସିଂହଙ୍କ ମିଳିତ ଆକ୍ରମଣରେ ଅଧାମରା ହୋଇ ପଡ଼ି ରହିଥିବା ମଇଁଷିଟି ଉଠୁଛି ଆଉ ନିଜ ଜୀବନ ବଞ୍ଚାଇ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଉଛି। ଦେଖନ୍ତୁ ଭିଡିଓ-