ଦେଖନ୍ତୁ ଭିଡିଓ: ୩ ବର୍ଷ ପରେ ନିଜ ହୃଦୟ ଭାଙ୍ଗିବାର କାରଣ କହିଲେ ଛନ୍ଦିତା, କାହିଁକି ଅଲଗା ହୋଇଥିଲେ ଚନ୍ଦନ-ଲିସା

 
Chandita

ପ୍ରେମ ବର୍ଷେ କି ଦୁଇ ବର୍ଷ ର ନୁହେଁ ଦୀର୍ଘ ଛଅ ବର୍ଷର  ଲୋକେ ବି ବେଶ୍ ପସନ୍ଦ କରୁଥିଲେ ଯୋଡିକୁ ହେଲେ ଏମିତି କଣ ହେଲା ଦୁହେଁ ଦୁଂହିକ ବାଟରେ ସମ୍ପୂର୍ଣ୍ଣ ଅଲଗା। ତୋ ଅଗଣାର ତୁଳସୀ ରୁ ଆରମ୍ଭ ହୋଇଥିଲା ଯାତ୍ରା ତାଙ୍କର। ଜଣେ ଖଳନାୟିକା ଓ ଜଣେ ନାୟକ ଭାବେ କାମ କରୁଥିବା ବେଳେ ବି ବେଶ୍ ଚର୍ଚ୍ଚା ରେ ଥିଲା ଯୋଡ଼ି ତାଙ୍କର ଆପଣ ମନେ ହୁଏତ ବୁଝି ସାରିବେଣି ଆମେ କାହା କଥା କହିବାକୁ ଯାଉଛୁ।

Lisa chandan

ଓଡ଼ିଆ ଅଭିନୟ ଜଗତର ଅତି ପରିଚୟ ନା ଲିଶା ଓ ଚନ୍ଦନ ଦୁହେଁ ଅନେକ ଦିନ ଧରି ସମ୍ପର୍କ ରେ ରହିଥିବା ବେଳେ ହଠାତ୍ ଦିନେ ଅଲଗା ହୋଇଯାଇଥିଲେ ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ଦର୍ଶକ ଙ୍କ ମନରେ ସମ୍ପର୍କ ଭାଙ୍ଗିବା ର କିଛିଦିନ ପରେ ଚନ୍ଦନ ବିବାହ କରିନେଇଥିଲେ ଆଉ ଜଣେ ଅଭିନେତ୍ରୀଙ୍କୁ। ଏପଟେ ଲିଶା ଙ୍କର ବିବାହ ବୟସ ଅତିବାହିତ ହେଉଥିଲେ ମଧ୍ୟ ସେ ଅବିବାହିତ ରହିଛନ୍ତି। କେହି କେହି ଏ ନେଇ ଲିଶା ଚନ୍ଦନକୁ ଭୁଲି ପାରିନାହାନ୍ତି ବୋଲି କୁହନ୍ତି।
ଏକ ସାକ୍ଷାତ କାରରେ ଲିଶା କହିଛନ୍ତି ଯେ ଚନ୍ଦନ ଙ୍କ ସହିତ ତାଙ୍କର ସେଭଳି କିଛି ସମ୍ପର୍କ ନଥିଲା। କି ଦୁହେଁ ଦୁହିଁକୁ ବାହା ହେବେ ବୋଲି କଥା ମଧ୍ୟ ଦେଇନଥିଲେ। ଲୋକ ମାନେ ତାଙ୍କ ସମ୍ପର୍କ କୁ ନେଇ ଅନେକ କଥା କହୁଥିଲେ ମଧ୍ୟ କଥା ଗୁଡ଼ିକ ସମୂର୍ଣ୍ଣ ରୂପେ ସତ ନୁହେଁ ବୋଲି ଲିଶା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଲୋକେ କଣ କୁହନ୍ତି ସେ ସେଥିରେ ବିଶେଷ ପ୍ରଭାବିତ ହୁଅନ୍ତିନି କାହିଁକି ସେ ଏ ପର୍ଯ୍ୟନ୍ତ୍ବ ବାହା ହୋଇନାହାନ୍ତି ପ୍ରଶ୍ନ ପଚାରିବାରୁ ଲିଶା କହିଛନ୍ତି ସେ ସ୍ବାଧୀନ ରହିବାକୁ ଭଲ ପାଆନ୍ତି। ସେ ନିଜ ଜୀବନରେ କାମକୁ ବେସୀ ଗୁରୁତ୍ଵ ଦିଅନ୍ତି। ସେ କାମକୁ ଛାଡିଦେଲେ ଆଉ କୌଣସି କଥାକୁ ଜୀବନରେ ବେସୀ ଗୁରୁତ୍ଵ ଦିଅନ୍ତ ନାହିଁ।ଯେବେ ତାଙ୍କୁ ନିଜ ମନ ପସନ୍ଦର ସାଥୀ ମିଳିଯିବ ସେ ତେବେ ତାକୁ ବିବାହ କରିବେ ବୋଲି କହିଛନ୍ତି।