ଦେଖନ୍ତୁ ଭିଡ଼ିଓ: ଭାଇରାଲ ହେଲା ତପୁ ମିଶ୍ରଙ୍କ ଶେଷ ଗୀତର ଭିଡ଼ିଓ, ଦେଖିଲେ ଆଖିରେ ଲୁହ ଆସିଯିବ ନିଶ୍ଚିତ

 
Tapu mishra

ପଞ୍ଚଭୂତରେ ଲୀନ ହୋଇଗଲେ ତପୁ ମିଶ୍ର, ନିରବୀ ଗଲେ ଓଡ଼ିଆ ସିନେ ଜଗତର ଆଗ ଧାଡିର ଏହି କଣ୍ଠ ଶିଳ୍ପୀ। ଏକ ଭିନ୍ନ ଅନ୍ଦାଜ ଏବଂ ସ୍ବରରେ ଗୀତ ଗାଇ ସେ ଲୋକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିଲେ। କିନ୍ତୁ ମହାମାରୀ କରୋନା ନେଇଗଲା ତପୁଙ୍କ ଜୀବନ। କିନ୍ତୁ ନିଜର ଆଧୁନିକ ଓଡିଆ ସଙ୍ଗୀତ ଏବଂ ସଂଗୀତ ଜଗତରେ ତାଙ୍କର ଅବଦାନ ପାଇଁ ସମସ୍ତେ ତପୁଙ୍କୁ ମାନେରଖିବେ ନିଶ୍ଚିତ।

ତେବେ କରୋନାରେ ଆକ୍ରାନ୍ତ ହେବା ପୂର୍ବରୁ ତପୁ ମିଶ୍ର ଶେଷ ଥର ପାଇଁ ଏକ ଗୀତ ଶୁଟ୍ କରିଥିଲେ ଯାହା ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଭିଡ଼ିଓରେ ତପୁ,"କେବେ ଲାଜର ଗହଣା" ଗାଉଥିବାର ଦେଖିବାକୁ ମିଳୁଛି।

ତାଙ୍କ କଣ୍ଠ ଦାନରେ ସୁଟ ହୋଇଥିବା ଏହି ଶେଷ ଗୀତ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯେତେବେଳେ ମୁମ୍ବାଇ ଓ କୋଲକାତାରୁ ସିଙ୍ଗରମାନେ ଆସି ଓଡ଼ିଆ ଗୀତ ଗାଉଥିଲେ, ସେତେବେଳେ ତପୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ ଏବଂ ନିଜର ସ୍ୱର ଏବଂ ସଙ୍ଗୀତ ପାଇଁ ବେସ୍ ପ୍ରଶଂସା ସାଉଁଟିଥିଲେ। ଏହାପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଜଣେ ଭର୍ସାଟାଇଲ ଫିମେଲ ପ୍ଲେ- ବ୍ୟାକ୍ ସିଙ୍ଗର ଭାବେ ଅନେକ ପ୍ରଶଂସା ସାଉଁଟି ଥିଲେ। ଦେଖନ୍ତୁ ଭିଡ଼ିଓ:-