ବିବାହ ବନ୍ଧନରେ ବାନ୍ଧି ହେବେ ଓଡ଼ିଆ କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ, ଏହି ଓଡ଼ିଆ ଗାୟିକା ହେବେ ତାଙ୍କ ଜୀବନସାଥି

 
Kuldeep Pattnaik

ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଦୁଇ ଷ୍ଟାର କଣ୍ଠଶିଳ୍ପୀ। ଆଜ୍ଞା ହାଁ, ଏଠାରେ ଆମେ ଓଲିଉଡ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି କୁଲଦୀପ୍ ପଟ୍ଟନାୟକ ଏବଂ ଇପ୍ସିତା ପଣ୍ଡାଙ୍କ ବିଷୟରେ କହିବାକୁ ଯାଉଛୁ। ଓଡ଼ିଆ ସଙ୍ଗୀତ ଜଗତକୁ ବହୁ ହିଟ ଗୀତ ଦେଇଥିବା ଏହି ସୁପରହିଟ ଯୋଡି ବର୍ତ୍ତମାନ ବିବାହ କରିବାକୁ ଯାଉଛନ୍ତି।

Kuldeep Pattnaik

ଭଜନ ଠାରୁ ଆରମ୍ଭ କରି ରୋମାଣ୍ଟିକ୍‌ ଯାଏଁ ସବୁ ପ୍ରକାରର ଗୀତ ଗାଇବାରେ ମାହିର ଏହି ଯୋଡ଼ି ଏବେ ସାତ ଜନ୍ମ ପାଇଁ ଏକାଠି ହେବାକୁ ଯାଉଛନ୍ତି। ଗତ ରବିବାର ଦିନ ପୁରୀ ଜିଲ୍ଲା ସାକ୍ଷୀ ଗୋପାଳ ମନ୍ଦିରଠାରେ ଉଭୟଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ଉଭୟ ପକ୍ଷ ପରିବାର ସହିତ ଅଳ୍ପ କିଛି ସମ୍ପର୍କୀୟ ଉପସ୍ଥିତ ରହିଥିଲେ।

Ring ceremony

ତେବେ, ମିଳିଥିବା ସୂଚନା ଅନୁଯାଇ ଉଭୟେ ଆସନ୍ତା ଡିସେମ୍ବର ମାସରେ ବିବାହ କରିବାକୁ ଯାଉଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ମୋହିନୀ, ଚାହିଁ ଚାହିଁ ବାଟ ତୋର, ଏଇ ଆଖିରେ ଆଖି ମିଶାଇ, ହାର୍ଟ ସ୍ଲିପ୍‌ କରିଗଲା, ତୁମ ଓଦା ଆଖି, ତୋ’ ଛବି ଆଙ୍କେ, ଜୟ ଜୟ ମାତା ରାଣୀ ଭଳି ଅନେକ ଗୀତରେ କୁଲଦୀପ ଏବଂ ଇପ୍ସିତା କଣ୍ଠଦାନ କରି ସାରିଛନ୍ତି।