‘ଲଷ୍ଟ ଷ୍ଟୋରିଜ୍’ର ହଟ୍ ସିନ୍ କୁ ନେଇ ମୁଁହ ଖୋଲିଲେ ଅଭିନେତ୍ରୀ କିଆରା, କହିଲେ ମାଷ୍ଟରବେଟ୍ ସିନ୍ ପାଇଁ କରିବାକୁ ପଡିଥିଲା...

 
Lust stories

ବଲିଉଡ଼ ଜଗତର ହିଟ୍ ଚଳଚିତ୍ର "କବିର ସିଂ"ରୁ ଖ୍ୟାତି ଅର୍ଜନ କରିଥିବା କିଆରା ଆଡ଼ଭାନୀ ବର୍ତ୍ତମାନ ହିନ୍ଦୀ ଚଳଚିତ୍ର ଜଗତରେ ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି। ତେବେ କିଛି ଦିନ ତଳେ କିଆରା ନେଟଫ୍ଲିକ୍ସରେ ରିଲିଜ ହୋଇଥିବା "ଲଷ୍ଟ ଷ୍ଟୋରିଜ୍" ନାମକ ଏକ ୱେବସିରିଜ୍ ରେ ଲିଡ଼ ରୋଲରେ ନଜର ଆସିଥିଲେ। 

ଏହି ୱେବସିରିଜ୍ ରେ ଏକ ଏଭଳି ମହିଳାଙ୍କ କାହାଣୀ ଦେଖାଯାଇଥିଲା ଯାହାଙ୍କୁ ତାଙ୍କ ସ୍ୱାମୀ ଯୌନସୁଖଃ ଦେଇ ପାରୁନଥିଲେ। ଫଳରେ ମହିଳା ଜଣକ ଭାଇବ୍ରେଟର୍ ର ସାହାଯ୍ୟ ନେଇ ନିଜ ଯୌନାକାଂକ୍ଷା ପୁରଣ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଏହି ସିନ୍ ପାଇଁ କିଆରାଙ୍କୁ ଭାଇବ୍ରେଟର ବ୍ୟବହାର କରିବାକୁ କୁହାଯାଇଥିଲା।

କିଆରା ଏକ ଚାଟ୍ ଶୋ "ନୋ ଫିଲ୍ଟର୍" କୁ ଦେଇଥିବା ଏକ ସାକ୍ଷାତକାରରେ ଏହାକୁ ନେଇ ମୁହଁ ଖୋଲିଛନ୍ତି। ଲଷ୍ଟ ଷ୍ଟୋରିଜ୍ ର ସେହି ସିନ୍ ପାଇଁ ତାଙ୍କୁ ଭାଇବ୍ରେଟର୍ ବିଷୟରେ ଜାଣିବା ପାଇଁ ଗୁଗୁଲ ସର୍ଚ୍ଚର ସହାୟତା ନେବାକୁ ପଡିଥିଲା ବୋଲି କିଆରା କହିଥିଲେ। 

ତେବେ ଗୁଗୁଲରେ ଖୋଜିବା ଏବଂ ଅନ୍ୟ କେତୋଟି ଫିଲ୍ମରେ ଏହି ପ୍ରକାର ସିନ୍ ଦେଖିବା ପରେ କିଆରା ଏହି ଚରିତ୍ରରେ ଖୁବ ନିଖୁଣ ଅଭିନୟ କରିଥିଲେ ଯେଉଁଥିପାଇଁ ୱେବସିରିଜ୍ ଟି ହିଟ୍ ସାବ୍ୟସ୍ତ ହୋଇଥିଲା। ଏପରିକି ଏଥିପାଇଁ ନିର୍ଦେଶକ କରନ ଜୋହାର ଏବଂ ଅନେକ ସିନେ କ୍ରୀଟିକ୍ ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।