ଦିଅର ସନ୍ନି କୌଶଳଙ୍କ ସ୍ଟାଇଲିସ୍ ଲୁକରେ ଇମପ୍ରେସ୍ ହେଲେ ଭାଉଜ କ୍ୟାଟ୍, କହିଲେ ତମେ...

 
Katrina and sunny kaushal

ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ଼ର ଆଗଧାଡ଼ିର ନାୟିକା କଟ୍ରିନା କୈଫ। ସେ କିଛି ଦିନ ତଳେ ହିଁ ସ୍ୱାମୀ ଭିକ୍କି କୌଶଳଙ୍କ ସହିତ ବିବାହ କରିଥିବା ବେଳେ ସେମାନେ ଏବେ ଏବେ ହନିମୁନ୍ ସାରି ଫେରିଛନ୍ତି। କିନ୍ତୁ, ଏବେ ଭିକ୍କି ଏବଂ କଟ୍ରିନା ନୁହେଁ ବରଂ କ୍ୟାଟ୍ ଏବଂ ତାଙ୍କର ଦିଅର ସନ୍ନି କୌଶଳଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।

ପ୍ରକୃତରେ ଗତ କିଛି ଦିନ ତଳେ ସନ୍ନି ତାଙ୍କର ସୋସିଆଲ ମିଡିଆ ଅକାଉଣ୍ଟରେ ଦୁଇଟି ଫୋଟୋ ପୋଷ୍ଟ କରିଥିଲେ। ଏଥିରେ ସନ୍ନି ପାରମ୍ପରିକ ପୋଷାକରେ ପୁରା ରାଜକୀୟ ଷ୍ଟାଇଲରେ ନଜ଼ର ଆସିଥିଲେ। ତେବେ, ଏହି ଫୋଟୋରେ ଭାଉଜ କଟ୍ରିନା ଖୁବ ସୁନ୍ଦର ରିଆକ୍ସନ ଦେଇଥିଲେ। ସେ ଏହି ଫୋଟୋରେ ଓ୍ୱାହ କ୍ୟା ସ୍ମାର୍ଟ ଲୁକ୍ ବୋଲି କମେଣ୍ଟ ମଧ୍ୟ ଦେଇଥିଲେ।

Comments

କେବଳ ଏତିକି ନୁହେଁ ଭାଉଜ କଟ୍ରିନା "ଭାଇବ୍ ହୈ ଭାଇବ୍ ହୈ" ଲେଖିଥିବା ବେଳେ ସନ୍ନି "ଇସିଲିଏ ତୋ ହାଇପ୍ ହୈ ହାଇପ୍ ହୈ" ବୋଲି ଲେଖିଥିଲେ। ତେବେ, ଦିଅର ଭାଉଜଙ୍କର ଏଭଳି କଥାବାର୍ତ୍ତା ସେମାନଙ୍କର ପ୍ରଶଂସକ ମାନଙ୍କୁ ବେସ୍ ପସନ୍ଦ ଆସିଛି। କିଛି ୟୁଜର୍ସ ଭାଉଜଙ୍କ ଦିଅର ଏମିତି ସମ୍ମାନ ଦେବା ବହୁତ ଭଲ ବୋଲି ମଧ୍ୟ କମେଣ୍ଟ ଦେଇଛନ୍ତି।