ଦେଖନ୍ତୁ ଭିଡ଼ିଓ: ଗରିବ ପିଲା କିଛି ଖାଇବାକୁ ଦିଅ କହି ଜାହ୍ନବୀ କପୁରଙ୍କୁ ସାହାର୍ଯ୍ୟ ମାଗିଲା, ଆଉ ତାପରେ ଜାହ୍ନବୀ ଏମିତି କଲେ ଯେ...

 
Janhavi kapoor

ଏବେ ପୁଣି ଚର୍ଚ୍ଚାରେ ଜାହ୍ନବୀ କପୁର। କିନ୍ତୁ, ନିଜର ଆଗାମୀ ଫିଲ୍ମ କିମ୍ବା ଡ୍ୟାନ୍ସ ଭିଡ଼ିଓ ପାଇଁ ନୁହେଁ ବରଂ କୋମଳ ଏବଂ ଦୟାବାନ ହୃଦୟ ପାଇଁ ପ୍ରଶଂସା ସାଉଁଟୁଛନ୍ତି ଜାହ୍ନବୀ। ପ୍ରକୃତରେ ରାସ୍ତା କଡ଼ରେ ଏକ ଅସହାୟ ଛୋଟ ଝିଅକୁ ସାହାଯ୍ୟ କରିବା ପାଇଁ ନିଜ କାର ଡ୍ରାଇଭର ଠାରୁ ଟଙ୍କା ଉଧାର ନେଇଥିଲେ ଜାହ୍ନବୀ। ଏହି ଘଟଣାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଲୋକେ ଜାହ୍ନବୀଙ୍କୁ ଖୁବ ପ୍ରଶଂସା କରୁଛନ୍ତି।

ଘଟଣା ମୁତାବକ ଜାହ୍ନବୀ ସକାଳୁ ରୋଡ଼ ଉପରେ ୱାକ୍ କରୁଥିଲେ। ସେ ନିଜ କାର ପାଖରେ ପହଞ୍ଚୁ ପହଞ୍ଚୁ ଏକ ଛୋଟ ଝିଅ ତାଙ୍କୁ ସାହାଯ୍ୟ ମାଗିଥିଲା। ଜାହ୍ନବୀ କାର ଭିତରକୁ ଯାଇ ନିଜ ପର୍ସରୁ ଟଙ୍କା ଖୋଜିବାକୁ ଲାଗିଥିଲେ। ସମ୍ଭବତଃ ଅଭିନେତ୍ରୀଙ୍କ ପାଖରେ କ୍ୟାସ୍ ନଥିଲା ତେଣୁ ତାଙ୍କ ଡ୍ରାଇଭର ଠାରୁ ସେ କିଛି ଟଙ୍କା ମାଗି ଆଣି ଉକ୍ତ ଝିଅଟିକୁ ଦେଇଥିଲେ।

ଦେଖନ୍ତୁ ଭିଡ଼ିଓ:-

ଭିଡ଼ିଓର ଆରମ୍ଭରୁ ଝିଅଟି ଜାହ୍ନବୀଙ୍କୁ,"ଦିଦି ଆପଣ ଆଗରୁ ସାହାଯ୍ୟ କରିଥିଲେ" ବୋଲି କହୁଥିବା ଦେଖିବାକୁ ମିଳିଥିଲା। ଅର୍ଥାତ ଏହା ପୂର୍ବରୁ ମଧ୍ୟ ଜାହ୍ନବୀ ଉକ୍ତ ଝିଅଟିକୁ ସାହାଯ୍ୟ କରିଥିଲେ। ତେବେ, ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଜାହ୍ନବୀଙ୍କ ପ୍ରଶଂସକମାନଙ୍କୁ ଏହା ବହୁତ ପସନ୍ଦ ଆସିଛି।