ଗୋଆ ପ୍ଲାନ୍ ହେଲା କାଳ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଏହି ସୁନ୍ଦରୀ ଟିଭି ଅଭିନେତ୍ରୀଙ୍କ ଜୀବନ

 
Abhinetri

ପୁରୁଷ ବନ୍ଧୁଙ୍କ ସହ ଗୋଆ ବୁଲିଯିବା ହେଲା କାଳ। ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବଲିଉଡ଼ ଅଭିନେତ୍ରୀ ଏବଂ ତାଙ୍କ ବନ୍ଧୁଙ୍କର ଅକାଳ ବିୟୋଗ ଘଟିଛି। ଅଭିନେତ୍ରୀଙ୍କ ନାମ ଇଶ୍ୱରୀ ଦେଶପାଣ୍ଡେ ହୋଇଥିବା ବେଳେ ସେ ପୁନେରେ ରହୁଥିଲେ। ସୋମବାର ସକାଳେ ଏହି ଘଟଣା ଘଟିଥିବା ବେଳେ ଏଥିରେ ଉଭୟଙ୍କର ଘଟଣାସ୍ଥଳରେ ହିଁ ଜୀବନ ଚାଲି ଯାଇଥିଲା।

Ishwari deshpande

ମିଳିଥିବା ସୂଚନା ଅନୁଯାଇ ଅଭିନେତ୍ରୀ ଇଶ୍ୱରୀ ଦେଶପାଣ୍ଡେ ତାଙ୍କ ବନ୍ଧୁଙ୍କ ଶୁଭମ ଡେଡ୍‌ଗେଙ୍କ ସହିତ ଗୋଆ ଆସିଥିଲେ। କିନ୍ତୁ, ସୋମବାର ସକାଳେ ଗୋଆର ବାଗା-କଲ୍‌ନଟ୍‌ ବ୍ରିଜ୍‌ ଦେଇ ତାଙ୍କ କାର ଯାଉଥିବା ବେଳେ ହଠାତ୍‌ ନିୟନ୍ତ୍ରଣ ହରାଇ ବ୍ରିଜ୍‌ ତଳ ଖାଲକୁ ଖସି ପଡ଼ିଥିଲା, ଯେଉଁଥିରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା।

Accident car

ମିଳିଥିବା ଖବର ଅନୁଯାଇ ସୋମବାର ସକାଳ ପ୍ରାୟ ୫ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ କାରଟି ସମ୍ପୂର୍ଣ୍ଣ ଚୂନା ହୋଇଯାଇଥିବା ବେଳେ ଡୋର ଲକ୍ ଥିବାରୁ ସେମାନେ ବାହାରକୁ ବାହାରି ପାରିନଥିଲେ। ଇଶ୍ୱରୀ ପୂର୍ବରୁ ଅନେକ ମରାଠୀ ଏବଂ ବଲିଉଡ଼ ଚଳଚିତ୍ରରେ ଅଭିନୟ କରି ସାରିଛନ୍ତି। କେବଳ ଚଳଚିତ୍ର ନୁହେଁ ବରଂ ଅନେକ ହିନ୍ଦୀ ଏବଂ ମରାଠୀ ସିରିଏଲରେ ମଧ୍ୟ ସେ ଭଲ କାମ କରିସାରିଛନ୍ତି।

Ishwari deshpande