କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଦୁର୍ଘଟଣା ଖବର ସତ ନା ମିଛ? ଏନେଇ ସଫେଇ ଦେଲେ ନିଜେ ଅସୀମା, ଦେଖନ୍ତୁ ଭିଡ଼ିଓ

 
Aseema panda

ଓଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ନେଇ ଆଜି କିଛି ଖବର ବେସ୍ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ନ୍ୟୁଜ୍ ରେ କୁହାଯାଉଛି ଯେ ଅସୀମା ପଣ୍ଡା ଦୁର୍ଘଟଣାର ଶିକାର ହୋଇଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ଏହି ଖବର ଶୁଣି ତାଙ୍କ ପ୍ରଶଂସକ ତାଙ୍କ ଆଶୁ କାମନା କରିଥିଲେ। ଦୁର୍ଘଟଣା ସମୟରେ କାରରେ ସେ ଏବଂ ତାଙ୍କ ଭାଇ ଥିଲେ ବୋଲି କୁହାଯାଇଥିଲା। ହେଲେ ଅସୀମା ପଣ୍ଡା ଶନିବାର ଏକ ଭିଡିଓ ଜାରି କରି ତାଙ୍କର ଦୁର୍ଘଟଣା ହୋଇଥିବା ଖବର ବିଷୟରେ ସଫେଇ ଦେଇଛନ୍ତି।

ଆଜି ନିଜ ଫେସବୁକ୍‌ ଆକାଉଣ୍ଟରେ ଅସୀମା ଏକ ଭିଡିଓଟି ପୋଷ୍ଟ ଏନେଇ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, ଗତକାଲି ଘଟିଥିବା ଦୁର୍ଘଟଣା ମୋ ଭାଇ ସହ ହୋଇଛି। ତାହା ଏକ ଛୋଟ ଦୁର୍ଘଟଣା। ସେ ସମୟରେ ମୁଁ କାରରେ ନଥିଲି। ମୋ ଭାଇର କେବଳ ହାତଟି ଭାଙ୍ଗିଛି। କିନ୍ତୁ ମୁଁ ଘରେ ଅଛି ଏବଂ ଭଲ ଅଛି ବୋଲି ସେ କହିଛନ୍ତି। କିଛି ଗଣମାଧ୍ୟମରେ ଫେକ୍‌ ଖବରକୁ ନେଇ ଅସୀମା ପ୍ରତିକ୍ରିୟାଶୀଳ ହୋଇ କହିଛନ୍ତି ଯେ, ଦୁର୍ଘଟଣା କାହାକୁ ଜଣେଇ ହୁଏ ନାହିଁ। ଗତକାଲି ମୋ ଭାଇ ଅଫିସରୁ ଫେରିବା ବେଳେ ଦୁର୍ଘଟଣାରେ ଶିକାର ହୋଇଥିଲେ।

ସୂଚନାଯୋଗ୍ୟ, ଭାଇରାଲ୍ ଖବରରରେ କୁହାଯାଇଥିଲା ଯେ, ଶୁକ୍ରବାର ବିଳମ୍ବିତ ରାତ୍ରିରେ ଅସୀମା ଓ ତାଙ୍କ ଭାଇ ଏକ ୱାଗନର୍ କାର (OD33F0510) ଯୋଗେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଗାଡିଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଥିବା ବେଳେ ମୃତହତଙ୍କ ବିଷୟରେ କିଛି ସୂଚନା ମିଳିପାରି ନାହିଁ। 

ପାରିପାର୍ଶ୍ବିକ ସ୍ଥିତି ଏବଂ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାଇ ବେପରୁଆ ଏବଂ ଧ୍ରୁତ ଗତିରେ ଗାଡି ଚଳାଇବା ହେତୁ ଏପରି ଘଟିଥିବା କୁହାଯାଉଛି। ବିଳମ୍ବିତ ରାତିରେ ମିଳିଥିବା ସୂଚନା ଅନୁଯାଇ କାର ଚଲାଉଥିବା ଅସୀମାଙ୍କ ଭାଇଙ୍କର ହାତରେ ଗୁରୁତର ଆଘାତ ଲାଗିଥିବା ବେଳେ ଅସୀମାଙ୍କର ସେଭଳି କିଛି କ୍ଷତି ହୋଇନାହିଁ। ପରେ ସେମାନଙ୍କୁ କଟକ ବଡ଼ ମେଡ଼ିକାଲରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ତେବେ ଏହିସବୁ ଖବରକୁ ସିଧାସଳଖ ଖଣ୍ଡନ କରିଛନ୍ତି ଅସୀମା ପଣ୍ଡା।