ଇଣ୍ଟରନେଟ ସେନସେସନ୍ ଉର୍ଫି ଜାଭେଦଙ୍କ ଅଜବ୍ ବୟାନ, କହିଲେ କୋଉ ମୁସଲମାନ ପୁଅକୁ ବାହା ହେବିନି କାରଣ ସେମାନଙ୍କ...

 
Urfi

ବିଗ୍ ବସ୍ OTT ର ପ୍ରଥମ ସପ୍ତାହରେ ହିଁ ବାହାର ହୋଇଯାଇଥିବା ଉର୍ଫି ଜାଭେଦ୍ ଆଜି ଏକ ଫ୍ୟାଶନ୍ ଡିଭା ପାଲଟି ଯାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜ ବୋଲ୍ଡ ଫଟୋ ଛାଡ଼ି ଫ୍ୟାନ୍ସ ମାନଙ୍କୁ ପାଗଳ କରି ଦେଇଥାନ୍ତି। ଉର୍ଫିଙ୍କ ଲୋକପ୍ରିୟତା ପାଇଁ ସମ୍ପୂର୍ଣ୍ଣ ଶ୍ରେୟ ତାଙ୍କ ପୋଷାକ ଏବଂ ଡ୍ରେସିଂ ମେନ୍ସ କୁ ଯାଇଥାଏ। IndiaToday.in କୁ ଦିଆଯାଇଥିବା ଏକ ସାକ୍ଷାତକାରରେ, ଉର୍ଫି ତାଙ୍କର ଟ୍ରୋଲ୍, ବିବାହ ଯୋଜନା ଏବଂ ପ୍ରେମ ଜୀବନ ବିଷୟରେ ଅନେକ ରୋଚକ କଥା କହିଥିଲେ।

Urfi

ଇଣ୍ଟରନେଟ୍ ସେନସେସନ୍ ଉର୍ଫି ଜାଭେଦ୍ ଏକ ରକ୍ଷଣଶୀଳ ମୁସଲମାନ ପରିବାରର ଅଟନ୍ତି। କିନ୍ତୁ ତଥାପି ସେ ଜଣେ ମୁସଲମାନ ପୁଅକୁ ବିବାହ କରିବାକୁ ଚାହୁଁନାହାଁନ୍ତି।  ଉର୍ଫି ଏହା ମଧ୍ୟ କହିଛନ୍ତି ଯେ ସେ ଆଜିକାଲି ଭଗବଦ୍ ଗୀତା ପଢୁଛନ୍ତି।

Urfi

ସାକ୍ଷାତକାରରେ ଉର୍ଫି କହିଛନ୍ତି- ମୁଁ କଦାପି ମୁସଲମାନ ପୁଅକୁ ବିବାହ କରିବି ନାହିଁ। ମୁଁ ଇସଲାମରେ ବିଶ୍ୱାସ କରେ ନାହିଁ ଏବଂ ମୁଁ କୋୖଣସିଣସି ଧର୍ମକୁ ଅନୁସରଣ କରେ ନାହିଁ। ସେଥିପାଇଁ ମୁଁ କାହାକୁ ଭଲ ପାଏ ସେଥିପ୍ରତି ମୋର ଧ୍ୟାନ ନାହିଁ। ନିଜେ ପସନ୍ଦ କରୁଥିବା ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍। ଏହାଛଡା ସେ ଆହୁରି କହିଛନ୍ତି ଯଜ ବିଶେଷକରି ସେ ଜଣେ ମୁସଲମାନ ହୋଇଥିବାରୁ ଅଧିକ ଟ୍ରୋଲିଂ ହୁଅନ୍ତି। ଉର୍ଫି କହିଛନ୍ତି- ମୁଁ ଜଣେ ମୁସଲମାନ ଝିଅ। ସେଥିପାଇଁ ମୁଁ କେବଳ ମୁସଲମାନ ଲୋକଙ୍କଠାରୁ ଘୃଣାର ମନ୍ତବ୍ୟ ପାଇଥାଏ। ସେମାନଙ୍କ ମତରେ ମୁଁ ଇସଲାମର ଭାବମୂର୍ତ୍ତିକୁ ଅପମାନିତ କରୁଛି।

Urfi

ଉର୍ଫି କହିଛନ୍ତି- ମୁସଲମାନ ପୁଅମାନେ ମୋତେ ଘୃଣା କରନ୍ତି କାରଣ ସେମାନେ ଚାହାଁନ୍ତି ଯେ ସେମାନଙ୍କର ମହିଳାମାନେ ଏକ ନିର୍ଦ୍ଦିଷ୍ଟ ଆଚରଣ କରନ୍ତୁ। ସେ ନିଜ ସମ୍ପ୍ରଦାୟର ପ୍ରତ୍ୟେକ ମହିଳାଙ୍କୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି। ଏହି କାରଣରୁ ମୁଁ ଇସଲାମରେ ବିଶ୍ୱାସ କରେ ନାହିଁ। ସେମାନେ ମୋତେ ଟ୍ରୋଲ କରନ୍ତି କାରଣ ମୁଁ ସେମାନଙ୍କ ଧର୍ମ ଅନୁଯାୟୀ ସେମାନେ ଯେପରି ଆଶା କରନ୍ତି ମୁଁ ଆଚରଣ କରେ ନାହିଁ।