ଦେଖନ୍ତୁ ଭିଡିଓ: “ମୋ ସହ ସେମାନେ...” ଇସ୍ରାଏଲରୁ ଭାରତ ଫେରିବା ପରେ ଛାତିଥରା ମୁହୂର୍ତ୍ତ କହିଲେ ଅଭିନେତ୍ରୀ ନୁଶରତ ଭରୁଚା

 
Nusrat

ଇସ୍ରାଏଲରେ ଫସି ଯାଇଥିବା ଭାରତୀୟ ଅଭିନେତ୍ରୀ ବଖାଣିଲେ ଇସ୍ରାଏଲ ଆକ୍ରମଣର ଛାତିଥରା ଦୃଶ୍ୟ। ବୋମାର ଭୟଙ୍କର ଶବ୍ଦ ଆଉ ଲୋକ ମାନଙ୍କ କରୁଣ ଚିତ୍କାର। ବଞ୍ଚିବାର ଆଶା ଛାଡ଼ି ଦେଇଥିଲେ ଅଭିନେତ୍ରୀ ଜଣକ। ସେଠାକାର ଆକ୍ରମଣ ସମୟର ପ୍ରତିଟି ମୁହୂର୍ତ୍ତ ଥିଲା ମରଣ ସହିତ ଲଢେ଼ଇ।

Nusrat

ବର୍ତ୍ତମାନ ଇସ୍ରାଏଲ ଓ ଫାଲେଷ୍ଟାଇନ ଆତଙ୍କବାଦ ସଂଗଠନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅନେକ ଧନ ଜୀବନର ବଳିଦାନ ହେଉଛି। ଇସ୍ରାଏଲର ଏହି ଯୁଦ୍ଧ ସମୟରେ ଭାରତୀୟ ଅଭିନେତ୍ରୀ ନୁସରତ ଭରୁଚା ଫସି ଯାଇଥିଲେ ସେଠାରେ। ସେଠାରୁ ସୁରକ୍ଷିତରେ ଭାରତ ଫେରିବା ପରେ ସେ ଇସ୍ରାଏଲରେ ଦେଖିଥିବା ଭୟଙ୍କର ଦୃଶ୍ୟର ବର୍ଣ୍ଣନା କରିଛନ୍ତି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ।

ସେ ନିଜ ଇନଶ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଛାଡ଼ିବା ସହିତ ସେ ଦିନର ଛତିଥରା ଦୃଶ୍ୟକୁ ବର୍ଣ୍ଣନା କରି ଲେଖିଛନ୍ତି ଆକ୍ରମଣ ବେଳେ ମୁଁ ହୋଟେଲରେ ଥିଲି। ହଠାତ୍ ବୋମା ଓ ଲୋକଙ୍କ ଶବ୍ଦ ସହିତ ଲୋକଙ୍କ କରୁଣ ଚିତ୍କାର ଶୁଣିବାକୁ ମିଳିଥିଲା। ଆତଙ୍କବାଦୀଙ୍କ ଆକ୍ରମଣରୁ ବଞ୍ଚିବା ପାଇଁ ଆମସମସ୍ତଙ୍କୁ ‌ବେସମେଣ୍ଟକୁ ନିଆଯାଇଥିଲା। ଏସବୁ ଘଟଣା ମୋ ସହ ପ୍ରଥମଥର ଘଟିଥିଲା। ମୁଁ ସମ୍ପୂର୍ଣ୍ଣ ଭାବେ ସ୍ତବ୍ଧ ଓ ଭୟଭୀତ ହୋଇଯାଇଥିଲି। ଯେମିତି ଲାଗୁଥିଲା ଏହି ମୁହୂର୍ତ୍ତରେ ଜୀବନ ଚାଲିଯିବ। ହେଲେ ମୁଁ ସୁରକ୍ଷିତ ଭାବେ ଭାରତ ଫେରି ଆସିଛି।

କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ଚର୍ଚ୍ଚାର ଅଛନ୍ତି । ବାସ୍ତବରେ ନୁସରତ ଇସ୍ରାଏଲ୍‌ ଓ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଫସି ଯାଇଥିଲେ। ହେଲେ ଅକ୍ଟୋବର ୮ରେ ସେ ସୁରକ୍ଷିତ ଭାବେ ଭାରତକୁ ଫେରିଛନ୍ତି। ନୁସରତ ସେଠାରୁ ଫେରିବା ପରେ ତାଙ୍କୁ ଏୟାରପୋର୍ଟରେ ଏହି ବିଷୟରେ ପଚାରିବାରୁ ସେ ବହୁତ ଇମୋସନାଲ ହୋଇଯାଇଥିଲେ।