ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ଚଢ଼ାଉ, ଘରେ ଚାଲିଛି ଛାନଭିନ୍, ଜାଣନ୍ତୁ ପୂରା ଖବର

 
Sonu sood

ଆୟକର ବିଭାଗ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଘରେ ପହଞ୍ଚିଛି। କୁହାଯାଉଛି ଯେ ଅଭିନେତାଙ୍କ ଘରେ ପହଞ୍ଚିଥିବା ଆୟକର ଅଧିକାରୀମାନେ ପାଞ୍ଚଟି ସ୍ଥାନରେ ସର୍ଭେ ଅପରେସନ୍ କରୁଛନ୍ତି। ବୁଧବାର ସୋନୁ ସୁଦଙ୍କ ମୁମ୍ବାଇସ୍ଥିତ ବାସଭବନ ଓ ତାଙ୍କ ସହ ଜଡ଼ିତ ଲକ୍ଷ୍ନୌର ଏକ କମ୍ପାନିରେ ଆୟକର ବିଭାଗର ଏକ ଟିମ୍ ପହଞ୍ଚିବା ସହିତ ଛାନଭିନ କରିଛି। ସୋନୁ ସୁଦଙ୍କ କମ୍ପାନୀ ଏବଂ ଲକ୍ଷ୍ନୌସ୍ଥିତ ରିଏଲ୍ ଇଷ୍ଟେଟ୍ କମ୍ପାନି ମଧ୍ୟରେ ନିକଟରେ ହୋଇଥିବା ଏକ ଚୁକ୍ତି ହୋଇଥିଲା। ଏହି ଚୁକ୍ତିରେ ଟିକସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ଚଢ଼ାଉ କରିଥିବା ଜଣାପଡ଼ିଛି। 

It department

ତେବେ ଏହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଖବର ଅନୁଯାୟୀ, ଆକାଉଣ୍ଟ ବୁକ୍ ରେ ବଡ଼ବଡ଼ ଅଭିଯୋଗ ଆସିବା ପରେ ସୋନୁ ସୁଦ ଏବଂ ତାଙ୍କ କମ୍ପାନୀ ସହ ଜଡିତ ୬ ଟି ସ୍ଥାନରେ ଆଇଟି ଟିମ୍ ସର୍ଭେ କରିଛନ୍ତି। ଅଗଷ୍ଟ 27 ରେ, ଦିଲ୍ଲୀ ସରକାର ସୋନୁ ସୁଦଙ୍କୁ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଜଡିତ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡର କରିଛନ୍ତି। ଏହି ସମୟରେ ତାଙ୍କର ଆମ୍ ଆଦମୀ ପାର୍ଟିରେ ଯୋଗଦେବା ନେଇ ମଧ୍ୟ କଳ୍ପନାଜଳ୍ପନା ଚାଲିଥିଲା, କିନ୍ତୁ ସୋନୁ ନିଜେ କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ତାଙ୍କ ରାଜନୀତିରେ କୋୖଣସି ଆଲୋଚନା ହୋଇନାହିଁ।

Kejriwal

କରୋନା ଲକଡାଉନ ସମୟରେ ସୋନୁ ସୁଦ ପ୍ରଥମେ ପ୍ରବାସୀମାନଙ୍କୁ ନିଜ ଘରକୁ ନିଜ ଖର୍ଚ୍ଚରେ ପଠାଇଥିଲେ। ଏହା ପରେ ସେ କ୍ରମାଗତ ଭାବରେ ଦେଶର ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ପଞ୍ଜାବ ଏବଂ ଦିଲ୍ଲୀ ସରକାର ସମେତ ସୋନୁଙ୍କ ସହ କାମ କରିବାକୁ ଅନେକ ରାଜ୍ୟ ସରକାର ହାତ ମିଳାଇଛନ୍ତି। ଏହା ବ୍ୟତୀତ ସୋନୁ ଗୁଡୱାର୍କର୍ ଜବ୍ ଆପ୍, ସ୍କଲାରସିପ୍ ପ୍ରୋଗ୍ରାମ୍ ମଧ୍ୟ ଚଳାଇଛନ୍ତି। ସେ ଦେଶର 16 ଟି ସହରରେ ଅମ୍ଳଜାନ କାରଖାନା ମଧ୍ୟ ସ୍ଥାପନ କରୁଛନ୍ତି।