୪୬ ବର୍ଷରେ ବିନା ଗର୍ଭବତୀ ହୋଇ କେମିତି ଜାଆଁଳା ଛୁଆର ମା ହେଲେ ପ୍ରୀତି ଜିଣ୍ଟା? ଜାଣନ୍ତୁ ଏହା ପଛର ପୂରା ପ୍ରକିୟା

 
Preeti jinta

ବିବାହର ଦୀର୍ଘ ଦିନ ପରେ ମାଆ ହେବାର ସୌଭାଗ୍ୟ ଲାଭ କରିଛନ୍ତି ବଲିଉଡ଼ର ଚୁଲବୁଲି ଅଭିନେତ୍ରୀ ପ୍ରୀତି ଜିଣ୍ଟା। ପ୍ରୀତି ସରୋଗେସି ପଦ୍ଧତି ସାହାଯ୍ୟରେ ଏକ ଯମଜ ସନ୍ତାନର ମାଆ ହୋଇପାରିଥିବା ଜଣାଯାଇଛି। ପ୍ରୀତି ଏବଂ ତାଙ୍କ ସ୍ୱାମୀ ଜିନ୍ ଗୁଡ଼ଇନଫ୍ ଏହି ଖବର ପାଇବା ପରେ ବେସ୍ ଖୁସି ଥିବା ବେଳେ ଏଥିନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ।

Preety

ଏହି ପୋଷ୍ଟ ମାଧ୍ୟମରେ ପ୍ରୀତି ନିଜର ଖୁସି ବ୍ୟକ୍ତ କରିଥିବା ବେଳେ ଦୁଇ ସନ୍ତାନଙ୍କ ନାମ ମଧ୍ୟ ପ୍ରକାଶ କରିଛନ୍ତି। ପ୍ରୀତି ତାଙ୍କ ଦୁଇ ସନ୍ତାନଙ୍କ ନାମ ଜୋଏ ଜିଣ୍ଟା ଗୁଡ଼ଇନଫ୍ ଏବଂ ଜିୟା ଜିଣ୍ଟା ଗୁଡ଼ଇନଫ୍ ରଖିଛନ୍ତି। ଇନଷ୍ଟାଗ୍ରାମରେ ଏକ ଫୋଟୋ ସେୟାର କରି ପ୍ରୀତି ଲେଖିଛନ୍ତି ଯେ, 'ସମସ୍ତଙ୍କୁ ନମସ୍କାର। ଆଜି ମୁଁ ଆପଣ ସମସ୍ତଙ୍କ ସହିତ ମୋର ଏକ ଖୁସି ବାଣ୍ଟିବାକୁ ଚାହୁଁଛି। ଜିନ୍ ଏବଂ ମୁଁ ବହୁତ ଖୁସି। ସରୋଗେସି ଦ୍ୱାରା ଆମେ ଆମର ଯାଆଁଳା ଶିଶୁଙ୍କୁ ସ୍ୱାଗତ କରୁଛୁ। ଜୟ ଜିଣ୍ଟା ଗୁଡେଇନଫ୍ ଏବଂ ଜିଆ ଜିଣ୍ଟା ଗୁଡେଇନଫ୍ ଆମ ପରିବାରରେ ଯୋଗ ଦେଇଛନ୍ତି।

Preeti jinta

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, 'ଆମ ଜୀବନର ଏହି ନୂତନ ପର୍ଯ୍ୟାୟ ପାଇଁ ଆମେ ବହୁତ ଉତ୍ସାହିତ। ଏହି ଅବିଶ୍ୱସନୀୟ ଯାତ୍ରାର ଅଂଶ ହୋଇଥିବାରୁ ଡାକ୍ତର, ନର୍ସ ଏବଂ ଆମର ସରୋଗେଟମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି'। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରୀତି ସ୍ୱାମୀ ଜିନଙ୍କୁ ଫେବ୍ରୁଆରୀ ୨୯,୨୦୧୬ରେ ବିବାହ କରିଥିଲେ। ବର୍ତ୍ତମାନ ସେ ସ୍ୱାମୀ ଜିନ୍ ଗୁଡଇନଫଙ୍କ ସହ ଲସ ଏଞ୍ଜେଲସରେ ରହୁଛନ୍ତି।

Sarogesy

କହି ରଖୁଛୁ ଯେ ସରୋଗେସି ହେଉଛି ଏକ ଚୁକ୍ତି ଯାହା ଏକ ସନ୍ତାନହୀନ ଦମ୍ପତି ଏବଂ ସୁସ୍ଥ ମହିଳାଙ୍କ ମଧ୍ୟରେ ଘଟେ। ସରୋଗେସିର ଅର୍ଥ ହେଉଛି ଶିଶୁ ଜନ୍ମ ପର୍ଯ୍ୟନ୍ତ ଜଣେ ମହିଳାଙ୍କ ଗର୍ଭ ଭଡାରେ ଦେଇଥାନ୍ତି। ଯେଉଁ ମହିଳା ନିଜ ଗର୍ଭରୁ ଅନ୍ୟ ଦମ୍ପତିଙ୍କ ସନ୍ତାନ ଜନ୍ମ ଦେବାକୁ ପ୍ରସ୍ତୁତ, ସେ ସରୋଗେଟ୍ ମାତା ଭାବରେ ଜଣାଶୁଣା।