ବାପା କହିଦେଲେ ପୁଅର ମନକଥା, କାହିଁକି ଆଜିଯାଏଁ ଅବିବାହିତ ଅଛନ୍ତି ସଲମାନ, ବାପା ଖୋଲିଲେ ବଡ଼ ରହସ୍ୟ

 
Salman Khan

ବଲିଉଡ୍ ର ନାମିଦାମୀ କଳାକାରଙ୍କ ମଧ୍ୟରେ ସଲମାନ୍ ଖାନ୍ ଙ୍କ ନାମ ସବୁଠାରୁ ଆଗରେ । ନିଜ ଆକ୍ଟିଂ ଷ୍ଟାଇଲ ପାଇଁ ସଲମାନ ଫ୍ୟାନ୍ସ ମାନଙ୍କ ନିକଟରେ ବେଶ୍ ପରିଚିତ । ବର୍ତ୍ତମାନ ସମୟରେ ମଧ୍ୟ ସିନେମା ଜଗତରେ ତାଙ୍କର ଦବଦବା ରହିଛି । ଆଜି ମଧ୍ୟ ସିନେମା ଜଗତର ଏକ ଆଗ ଧାଡ଼ିର ଅଭିନେତା ହେଉଛନ୍ତି ସଲମାନ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ସେ ଫ୍ୟାନ୍ସ ହୁଅନ୍ତୁ କି ସୋସିଆଲ ମିଡ଼ିଆ । ସବୁଠାରେ ସଲମାନଙ୍କୁ ନେଇ ଗୋଟିଏ ପ୍ରଶ୍ନ ଦେଖିବାକୁ ମିଳୁଛି । ତାଙ୍କୁ ପ୍ରାୟ ୫୮ ବର୍ଷ ହୋଇଥିଲେ ମଧ୍ୟ ସେ କାହିଁକି ଆଜି ଯାଏଁ ବିବାହ କରି ନାହାନ୍ତି ? 

A

ଦୀର୍ଘ ଦିନ ପରେ ଏ ନେଇ ସଲମାନଙ୍କ ବାପା ସଲିମ ନିଜ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ପୂର୍ବରୁ ସଲମାନ ଐଶ୍ୱର୍ଯ୍ୟା ରାୟ , କ୍ୟାଟ୍ରିନା କେଫ, ୟୁଲିଆ ବନ୍ଦୁର, ସୋମି ଅଲ୍ଲୀ , ସଙ୍ଗୀତା ବିଜଲାନୀଙ୍କ ଭଳି ଅନେକ ନାମିଦାମୀ ଅଭିନେତ୍ରୀଙ୍କୁ ଡେଟ୍ କରିଛନ୍ତି ।

ସେ ବହୁତ ଶୀଘ୍ର ସମ୍ପର୍କରେ ବାନ୍ଧି ହୋଇ ଯାଆନ୍ତି ବୋଲି ମଧ୍ଯ ବାପା ସଲିମ୍ କହିଛନ୍ତି । କାରଣ ସେ ଅତ୍ୟନ୍ତ ସରଳ ସ୍ୱଭାବର । ତାଙ୍କ ସ୍ଵଭାବ ପାଇଁ ଯେ କେହି ବି ତାଙ୍କ ଦ୍ଵାରା ଆକର୍ଷିତ ହୋଇ ଯାଆନ୍ତି ।

ସଲିମ ପୁଣି କହିଛନ୍ତି , ସଲମାନ ନିଜ ପାଇଁ ସବୁବେଳେ ତାଙ୍କ ମାଆ ଭଳି ଏକ ଝିଅ ଖୋଜୁଥାନ୍ତି । ସେ ଚାହାଁନ୍ତି ସେ ଯାହାକୁ ବିବାହ କରିବେ ସେ ଯେପରି ତାଙ୍କ ମାଆ ଭଳି ତାଙ୍କ ସମସ୍ତଙ୍କର ଯତ୍ନ ନେବ । ତେଣୁ ବର୍ତ୍ତମାନ ସମୟରେ ସଲମାନଙ୍କ ମନ ପସନ୍ଦର ଝିଅ ମିଳିବା ସମ୍ଭବ ନୁହେଁ ବୋଲି ମଧ୍ୟ ସଲମାନଙ୍କ ବାପା ସଲିମ୍ କହିଛନ୍ତି ।