ଦେଖନ୍ତୁ ଭିଡ଼ିଓ: ନିଜ ଛୁଆଙ୍କୁ ବଞ୍ଚାଇବାକୁ ଯାଇ ତିନୋଟି ସାପଙ୍କ ସହ ଲଢ଼ିଗଲା ଏହି ମା କୁକୁଡ଼ା, ପୁରା ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ

 
hen snake

ସୋସିଆଲ ମିଡିଆରେ ପ୍ରାୟତଃ ଅନେକ ହୃଦୟସ୍ପର୍ଶୀ ଭିଡ଼ିଓ ଅପଲୋଡ଼ ହୋଇଥାଏ। କିନ୍ତୁ ଯେତେବେଳେ ବି ମାଆଙ୍କ ସହିତ ଜଡିତ କୌଣସି ଏକ ଭିଡିଓ ଆସିଥାଏ, ଏହା ଖୁବ ଭାଇରାଲ ହୋଇଥାଏ। ବର୍ତ୍ତମାନ ମଧ୍ୟ ଆମ୍ଭେ ଅପଣଙ୍କୁ ଏହିପରି ଏକ ଭିଡ଼ିଓ ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ନିଶ୍ଚିତ ଭାବପ୍ରବଣ ହୋଇଯିବେ।

ସେ ମଣିଷ ହେଉ ଅଥବା ପଶୁ ମାଆ ଠାରୁ ତା ପିଲାକୁ ଅଧିକ ଭଲପାଇବା କେହି ଦେଇପାରିବେ ନାହିଁ। କୌଣସି ବି ବିପଦ ହେଇଥାଉ ନା କାହିଁକି ନିଜ ଛୁଆକୁ ବଞ୍ଚାଇବା ପାଇଁ 'ମା' ଟିଏ ନିଜର ଜୀବନକୁ ବାଜି ଲଗାଇଦେଇଥାଏ। ସୋସିଆଲ ମିଡିଆରେ ବର୍ତ୍ତମାନ ଏହିପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କୁକୁଡ଼ାଟିଏ ନିଜ ଛୁଆକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଉଛି।


ଏହି ଭିଡିଓରେ ଏକ ସ୍ଥାନରେ କେତୋଟି କୁକୁଡ଼ା ଛୁଆ ଦେଖିବାକୁ ମିଳୁଛନ୍ତି ଏବଂ ସେଠାରେ ସେମାନଙ୍କୁ ଖାଇବା ପାଇଁ ସାପଟିଏ ପହଞ୍ଚି ଯାଉଛି। କିନ୍ତୁ ସାପଠାରୁ ନିଜ ଛୁଆଙ୍କୁ ବଞ୍ଚାଇବା ପାଇଁ କୁକୁଡ଼ା ଟି ପ୍ରାଣପଣେ ଚେଷ୍ଟା ଚଳାଇଛି, ଗୋଟିଏ କି ଦୁଇଟି ନୁହେଁ ତିନୋଟି ସାପଙ୍କ ସହ ଏକୁଟିଆ କୁକୁଡାଟି ଲଢ଼ୁଥିବାର ଦୃଶ୍ୟ ଆପଣଙ୍କୁ ଚକିତ କରିବ ନିଶ୍ଚିତ।  

ଏହି ଭାଇରାଲ୍ ଭିଡିଓ ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଥିଲେ। ଏହା ସେ ମେ ମାସ ୨୯ ତାରିଖରେ ଅପଲୋଡ଼ କରିଥିଲେ। ଏଥିରେ ଏପର୍ଯ୍ୟନ୍ତ ୪ ହଜ଼ାରରୁ ଅଧିକ ଭିୟୁ ଆସି ସାରିଛି ଏବଂ ଏଥିରେ ବହୁତ ଲୋକେ ଅନେକ ଭାବପ୍ରବଣ ମନ୍ତବ୍ୟ ଦେଇଛନ୍ତି। ଆହୁରି ମଧ୍ୟ ଏହି ଭିଡ଼ିଓଟିକୁ ସ୍ୱଳ୍ପ ସମୟ ମଧ୍ୟରେ ୧୨୦ ରୁ ଅଧିକ ରିଟ୍ୱିଟ ମିଳିସାରିଛି।