କାହାଣୀ କପି ସହ ପୋଷ୍ଟରକୁ ବି ଛାଡିଲେନି, ଫିଲ୍ମ କପିକୁ ନେଇ ନିର୍ଦ୍ଦେଶକ ଅଶୋକ ପତି କହିଲେ, ଆମେ ଫିଲ୍ମ...

 
କାହାଣୀ କପି ସହ ପୋଷ୍ଟରକୁ ବି ଛାଡିଲେନି, ଫିଲ୍ମ କପିକୁ ନେଇ ନିର୍ଦ୍ଦେଶକ ଅଶୋକ ପତି କହିଲେ, ଆମେ ଫିଲ୍ମ...

ବର୍ତ୍ତମାନ ସମୟରେ ଆପଣମାନେ ଟିଭି ରେ ଓଡ଼ିଆ ଚ୍ୟାନେଲ ଗୁଡ଼ିକ ଦେଖୁଥିଲେ ନିଶ୍ଚିତ ଭାବରେ ମୁକ୍ତିଲାଭ ଅପେକ୍ଷାରେ ଥିବା ଓଡ଼ିଆ ଚଳଚ୍ଚିତ୍ର 'ମୋନାଲିସା' ର ଟ୍ରେଲର୍ ଟି ନଜ଼ର କୁ ଆସିଥିବ। ତେବେ ବର୍ତ୍ତମାନ ଏହାର ଟ୍ରେଲର୍ ଏବଂ ପୋଷ୍ଟର୍ କୁ ଦେଖି ଏହା ଅନ୍ୟ ଏକ ଚଳଚିତ୍ରର ନକଲ୍ ହୋଇଥିବା ଅନୁମାନ କରାଯାଉଛି।

ପ୍ରକୃତରେ ଏହି ଚଳଚିତ୍ରର ପୋଷ୍ଟର ଏବଂ ପ୍ରସିଦ୍ଧ ମଲାୟଲମ ସିନେମା 'ହେଲେନ୍'ର ପୋଷ୍ଟର ଭିତରେ ଯଥେଷ୍ଟ ସାମଞ୍ଜସ୍ୟ ଥିବା ବେଳେ କାହାଣୀ ମଧ୍ୟ ନକଲ ହୋଇଥିବା ଅନୁମାନ କରାଯାଉଛି। ଏଠାରେ କହି ରଖୁଛୁ ଯେ 'ହେଲେନ୍' ମଲାୟଲମ ଭାଷାରେ ମୁକ୍ତିଲାଭ କରିଥିବା ଏକ ସର୍ଭଇବଲ୍ ଥ୍ରୀଲର୍ ଚଳଚିତ୍ର ଅଟେ ଯାହାକି ୨୦୧୯ ମସିହାରେ ମୁକ୍ତିଲାଭ କରିଥିଲା ଏବଂ ଏହି ଚଳଚିତ୍ର କୁ ଦୁଇଟି ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା।

ତେବେ ଜି-ସାର୍ଥକ ଫିଲ୍ମସ୍ ବ୍ୟାନର୍ ରେ ପ୍ରସ୍ତୁତ 'ମୋନାଲିସା' ର କାହାଣୀ ନକଲ ହୋଇଥିବା ଏପରିକି ଏହାର ପୋଷ୍ଟର ମଧ୍ୟ 'ହେଲେନ୍' ଠାରୁ ନକଲ୍ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଏହା ବିଷୟରେ ଚଳଚିତ୍ର ନିର୍ଦ୍ଦେଶକ ଅଶୋକ ପତିଙ୍କୁ ପଚରା ଯିବାରୁ ‘ମୋନାଲିସା’ ହେଲେନ୍‌ର ନକଲ ବୋଲି ସେ ସ୍ବୀକାର କରିଛନ୍ତି।

ତେବେ ସିନେମା ନକଲ ପାଇଁ ମୂଳ ନିର୍ମାତାଙ୍କ ଠାରୁ ଅନୁମତି ଆଣାଯାଇଛି କି ନା ସେ ନେଇ ସେ କିଛି ଜାଣି ନଥିବା ଏବଂ ଏହା ବିଷୟରେ ଜି-ସାର୍ଥକ ସଂସ୍ଥାର ଅଧିକାରୀମାନେ କହିପାରିବେ ବୋଲି ଶ୍ରୀ ପତି ମତପୋଷଣ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଓଡ଼ିଆ ଚଳଚ୍ଚିତ୍ର ଟି ରବିବାର ଜି-ସାର୍ଥକ ଚ୍ୟାନେଲ୍ ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏହାକୁ ସ୍ଥଗିତ ରଖାଯାଇଛି।