ଦେଖନ୍ତୁ ଭିଡ଼ିଓ: କରୋନା କାଳରେ ଏପରି ଭାବରେ ହଳଦୀ ଲଗାଇଲା ବର, ଭିଡ଼ିଓରେ ଏମାନଙ୍କ ବୁଦ୍ଧିକୁ ଦେଖି ତାଯୁବ ହେବେ ଆପଣ….

 
Social distancing

ବର୍ତ୍ତମାନ ସମୟରେ ବଢ଼ୁଥିବା କୋଭିଡ଼ ସଂକ୍ରମଣ ହେତୁ ଏହାକୁ ରୋକିବା ପାଇଁ ଗୋଟିଏ ସ୍ଥାନରେ ଏକାଧିକ ଲୋକଙ୍କ ସମାବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ଏଥିସହ ମାସ୍କ ଏବଂ ସାନିଟାଇଜର ଇତ୍ୟାଦି ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ଏଥିସହିତ ବିବାହ ବ୍ରତ ଭଳି କାର୍ଯ୍ୟକ୍ରମ ଗୁଡିକରେ କଡ଼ା କୋଭିଡ଼ ନିୟମ ପାଳନ କରାଯାଉଛି। 

ତେବେ ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ବିବାହ କାର୍ଯ୍ୟକ୍ରମରେ ସମ୍ପର୍କୀୟମାନେ ବରକୁ ନ ଛୁଇଁ ତାଙ୍କ ଦେହରେ ହଳଦୀ ଲଗାଉଛନ୍ତି। ଭାରତୀୟ ବିବାହରେ ପ୍ରତ୍ୟେକ ସମାରୋହର ନିଜସ୍ୱ ଗୁରୁତ୍ୱ ରହିଛି। ବିବାହ ପୂର୍ବରୁ ଉଭୟ ବର ଏବଂ କନ୍ୟାଙ୍କ ଶରୀରରେ ହଳଦୀ ଲଗାଇ ଏକ ସ୍ୱତନ୍ତ୍ର ରୀତିନୀତି ପାଳନ କରାଯାଏ। କୋଭିଡ-୧୯ ସଂକ୍ରମଣକୁ ଏଡାଇବା ପାଇଁ, ସାମାଜିକ ଦୂରତା ଅନୁସରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏଥିରେ ହଳଦୀ ସମାରୋହ କରିବା ସହଜ ନୁହେଁ।


ତଥାପି, ଜଣେ ବ୍ୟକ୍ତି କୋଭିଡ଼ କଟକଣା ଭିତରେ ସାମାଜିକ ଦୂରତ୍ୱ ରକ୍ଷା କରି କିପରି ହଳଦୀ ସମାରୋହ ଆୟୋଜନ କରିହେବ ତାହାର ଏକ ରୋଚକ ଉପାୟ ବାହାର କରିଥିଲେ। ପ୍ରକୃତରେ ହଳଦୀ ଲଗାଇବା ପାଇଁ ଏଠାରେ ଏକ ବଡ଼ ବାଡ଼ିର ସାହାଯ୍ୟ ନିଆଯାଇଥିଲା ଯେଉଁଥିରେ କପଡା ବାନ୍ଧିଥିଲେ ଏବଂ ବାଡ଼ିରେ ଲାଗିଥିବା କପଡ଼ାକୁ ହଲଦୀରେ ବୁଡାଇ ସମସ୍ତେ ବର ଦେହରେ ହଳଦୀ ଲଗାଉଥିବାର ଦେଖିବାକୁ ମିଳିଥିଲା।

ଏହି ଭାଇରାଲ ଭିଡିଓଟିକୁ ଆଇପିଏସ୍ ଅଧିକାରୀ ଭୀଷ୍ମ ସିଂ ସୋସିଆଲ ମିଡିଆ ସାଇଟ୍ ଟ୍ୱିଟରରେ ସେୟାର କରିଛନ୍ତି। ଏହି ଭିଡ଼ିଓ ସେୟାର ହେବାପରେ ଏପର୍ଯ୍ୟନ୍ତ ଏଥିରେ ୨୦ ହଜାରରୁ ଅଧିକ ଭିୟୁ ଆସିସାରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ହିନ୍ଦୁ ରୀତିନୀତିରେ ବାହାଘର ହେଲେ ବିଭିନ୍ନ ବିବାହ ସମାରୋହରେ ସାମାଜିକ ଦୂରତା ଅନୁସରଣ କରିବା କଷ୍ଟକର ହୋଇଥାଏ। ତେଣୁ ଏହି କ୍ଷେତ୍ରରେ, କରୋନା ସଂକ୍ରମଣ ବଢିବାର ଯଥେଷ୍ଟ ଆଶଙ୍କା ରହିଥାଏ।