ବିବାହର ୩୭ ବର୍ଷ ପରେ ସ୍ତ୍ରୀ ସୁନିତାଙ୍କୁ ଛାଡ଼ପତ୍ର ଦେବେ ଗୋବିନ୍ଦା, କାରଣ ଜାଣି ଆପଣ ହୋଇଯିବେ ତାଜୁବ୍
ଦୀର୍ଘ ୩୭ ବର୍ଷ ଏକାଠି ରହିବା ପରେ ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜା ପରସ୍ପରକୁ ଛାଡ଼ପତ୍ର ଦେବାକୁ ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି। ବେଶ କିଛି ମାସ ହେଲାଣି ଗୋବିନ୍ଦା ଓ ସୁନୀତା ଅଲଗା ରହୁଛନ୍ତି। ସେମାନଙ୍କ ମଧ୍ୟରେ ଆଗ ଭଳି ଆଉ କୌଣସି ସମ୍ପର୍କ ନାହିଁ। ସେମାନେ ଖୁବଶୀଘ୍ର ପରସ୍ପରକୁ ଛାଡ଼ପତ୍ର ଦେବେ ।
କିନ୍ତୁ ଛାଡ଼ପତ୍ର ଖବର ନିଆଁ ଭଳି ବ୍ୟାପୁଥିବା ବେଳେ ଏ ସମ୍ପର୍କରେ ଏଯାଏ ଗୋବିନ୍ଦା କିମ୍ବା ସୁନୀତାଙ୍କ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇ ନାହିଁ। ଦୁଇ ଜଣଙ୍କ ମାନସିକତା ପରସ୍ପର ସହ ଖାପ ନ ଖାଇବାରୁ ସେମାନଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇଥିଲା। ସେହିପରି ଗୋବିନ୍ଦା ଓ ଜଣେ ମରାଠୀ ଅଭିନେତ୍ରୀଙ୍କ ମଧ୍ୟରେ ବି ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିବା ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ତକ୍ତତା ସୃଷ୍ଟି ହୋଇଥିଲା।
ତେଣୁ ସେମାନେ ଅଲଗା ଅଲଗା ରହୁଛନ୍ତି। ଗୋଟିଏ ଇଣ୍ଟରଭ୍ୟୁରେ ସୁନୀତା ନିବ ପାରିବାରିକ ଜୀବନକୁ ନେଇ ବଡ଼ ଖୁଲାସା କରିଥିଲେ। ଗୋବିନ୍ଦା ଅଧିକାଂଶ ସମୟ ବିଭିନ୍ନ କାମ ଯୋଗୁ ନିଜ ବଙ୍ଗଳାରେ ରହୁଥିବାରୁ ତାଙ୍କୁ ଏକାକୀ ମୁମ୍ବାଇ ସ୍ଥିତ ଘରେ ରହିବାକୁ ପଡ଼ୁଛି ବୋଲି ସୁନୀତା କହିଥିଲେ। ସେ କହିଥିଲେ, "ଆମର ଦୁଇଟି ଘର ଅଛି।
ଗୋବିନ୍ଦାଙ୍କ ସମ୍ପର୍କରେ ସେ ଆହୁରି କହିଥିଲେ ଯେ "ଆର ଜନ୍ମରେ ସେ ମୋ ସ୍ୱାମୀ ନହୁଅନ୍ତୁ ବୋଲି ମୁଁ ତାଙ୍କୁ ସବୁବେଳେ କହି ଆସୁଛି। କାରଣ ସେ ଛୁଟିରେ କୁଆଡ଼େ ଯାଆନ୍ତି ନାହିଁ। ମୁଁ ଏମିତି ମଣିଷ ଯିଏ ସ୍ୱାମୀଙ୍କ ସହ ଯିବାକୁ ଚାହେଁ ଓ ରାସ୍ତା କଡ଼ରେ ଗୁପଚୁପ ଖାଇବାକୁ ଚାହେଁ। କିନ୍ତୁ ସେ ଅଧିକ ସମୟ କାମକୁ ଦିଅନ୍ତି। ଆମେ ଦୁଇ ଜଣ ଏକାଠି କେବେ ଫିଲ୍ମ ଦେଖିବାକୁ ଯାଇଥିଲୁ, ସେକଥା ମୋର ମନେନାହିଁ।