ଦେଖନ୍ତୁ ଭିଡ଼ିଓ: ଟିକା ନେବା ବେଳେ 'ମମ୍ମି ମମ୍ମି' କହି କାନ୍ଦିବାକୁ ଲାଗିଲେ ଏହି ଭାଇରାଲ୍ ଭାଉଜ, ଭିଡ଼ିଓ ଦେଖି ହସ ରୋକି ପାରିବେନି

 
Viral bhauja

କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ସମସ୍ତଙ୍କୁ ଟୀକା ନେବାକୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି। ଏଥିସହିତ ଦେଶରେ ଟୀକାକରଣ ପ୍ରକ୍ରିୟା ମଧ୍ୟ ଧୃତ ଗତିରେ ଆଗେଇ ଚାଲିଛି। ଏଥିମଧ୍ୟରେ କିଛି ଲୋକେ ଟୀକା ନେବା ବେଳେ ଇଞ୍ଜେକ୍ସନକୁ ଦେଖି ଡରୁଥିବାର ଅନେକ ଭିଡ଼ିଓ ସାମ୍ନାକୁ ଆସିଛି। ବୟସରେ ଯଥେଷ୍ଟ ବଡ଼ ହୋଇଥିବା ଏହି ଲୋକମାନେ ଇଞ୍ଜେକ୍ସନ ଭୟରେ ଯେଉଁଭଳି ରିଆକ୍ସନ ଦେଉଛନ୍ତି ତାହା ସମସ୍ତଙ୍କୁ ହସିବାର ଏକ ଖୋରାକ ଯୋଗାଇଛି।   

ଏହିପରି ଆଉ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମହିଳା ଜୋରେ ଚିଲ୍ଲଉଥିବା ଏବଂ କାନ୍ଦୁଥିବାର ଦେଖିବାକୁ ମିଳୁଛି। ଭିଡ଼ିଓଟିରେ ମହିଳା ଜଣକ ଏକ ଚୌକିରେ ବସିଥିବାର ଦେଖିବାକୁ ମିଳୁଛି। କିନ୍ତୁ, ଯେମିତି ଡାକ୍ତର ଟୀକା ଦେବା ପାଇଁ ଇଞ୍ଜେକ୍ସନ ତାଙ୍କ ଆଡକୁ ଅଣୁଛନ୍ତି ସେ ଡରି ଯାଉଛନ୍ତି ଏବଂ ଟୀକା ଦେବା ବେଳେ 'ମମ୍ମି ମମ୍ମି' ଚିଲ୍ଲାଇ କାନ୍ଦିବାକୁ ଲାଗୁଛନ୍ତି। ଦେଖନ୍ତୁ ଭିଡ଼ିଓ:-

ଭିଡ଼ିଓଟିକୁ tube__indian ନାମକ ଏକ ଇନଷ୍ଟାଗ୍ରାମ ପେଜ୍ ଦ୍ୱାରା ସେୟାର କରାଯାଇଥିଲା। ଭିଡ଼ିଓଟି ଭାଇରାଲ ହେବାପରେ ଲୋକେ ଏହାକୁ ବହୁତ ପସନ୍ଦ କରିବା ସହ ଲାଇକ ଏବଂ ସେୟାର କରୁଛନ୍ତି। ତେବେ, ଭିଡ଼ିଓଟି କେଉଁଠୁ ଆସିଛି ଏବଂ ମହିଳା ଜଣକ କିଏ ସେ ବିଷୟରେ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ।