ଦେଖନ୍ତୁ ଭିଡ଼ିଓ: ମାଙ୍କଡ଼ ଭିତରେ ଦେଖାଗଲା ମାନବିକତା, ଟ୍ୟାପ୍ ରୁ ପାଣି ପିଇବା ପରେ ଟ୍ୟାପ ବନ୍ଦ କରିଦେଲା, ଭିଡ଼ିଓ ଦେଖି IPS କହିଲେ...

 
ଦେଖନ୍ତୁ ଭିଡ଼ିଓ: ମାଙ୍କଡ଼ ଭିତରେ ଦେଖାଗଲା ମାନବିକତା, ଟ୍ୟାପ୍ ରୁ ପାଣି ପିଇବା ପରେ ଟ୍ୟାପ ବନ୍ଦ କରିଦେଲା, ଭିଡ଼ିଓ ଦେଖି IPS କହିଲେ...

ସୋସିଆଲ ମିଡିଆରେ ପଶୁମାନଙ୍କର ମଜାଳିଆ ଭିଡିଓ ପ୍ରାୟତଃ ଭାଇରାଲ ହୋଇଥାଏ ଯେଉଁଥିରେ ହାତୀ, ମାଙ୍କଡ, କୁକୁର ଏବଂ ଭାଲୁ ପରି ଜନ୍ତୁମାନଙ୍କର ମଜାଳିଆ ଭିଡିଓ  ଲୋକମାନଙ୍କୁ ଖୁବ ପସନ୍ଦ ଆସିଥାଏ।ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ମାଙ୍କଡର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ବହୁତ ମଜାଦାର ହେବା ସହ ମଣିଷ କୁ ଏହା ଏକ ବଡ଼ ଶିକ୍ଷା ଦେଉଛି।

ଏହି ଭିଡିଓରେ, ଶୋଷିଲା ମାଙ୍କଡ଼ଟି ଟ୍ୟାପରୁ ପାଣି ପିଉଥିବାର ନଜର ଆସୁନ୍ତି, କିନ୍ତୁ ପାଣି ପିଇବା ପରେ ଅନେକ ଲୋକେ ଟ୍ୟାପ୍ ସେହିପରି ଖୋଲି ପଳାଉଥିବା ବେଳେ ଏହି ମାଙ୍କଡ଼ଟି ଟ୍ୟାପ୍ ବନ୍ଦ କରି ଦେଉଛି। ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ଦୀପନସୁ କାବ୍ରା ସୋସିଆଲ ମିଡିଆରେ ସେୟାର କରିଥିଲେ।


ମାଙ୍କଡ଼ର ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୬ ହଜାରରୁ ଅଧିକ ଭିୟୁ ମିଳି ସାରିଛି। ଏହି ଭିଡ଼ିଓରେ ଲୋକମାନେ ମାଙ୍କଡକୁ ପ୍ରଶଂସା କରିବା ସହ ଏହି ଭିଡିଓରେ ବିଭିନ୍ନ ଟିପ୍ପଣୀ ଦେବାରେ ଲାଗିଛନ୍ତି। ଏହି ଭିଡିଓ ଦେଖି ଲୋକମାନେ ପ୍ରକୃତରେ ଜଳ ସଞ୍ଚୟ କରିବା କେତେ ମହତ୍ୱପୂର୍ଣ୍ଣ ତାହା ଜାଣିବା ଦରକାର ବୋଲି ଶ୍ରୀ କାବ୍ରା କହିଥିଲେ।