ଦେଖନ୍ତୁ ଭିଡ଼ିଓ: କରୋନା ସଂକ୍ରମଣ ଠାରୁ ବଞ୍ଚିବା ପାଇଁ ଏହି ବ୍ୟକ୍ତି କରିଲେ କିଛି ଏପରି କାମ, ଦେଖିଲେ ନିଜ ହସ ରୋକିପାରିବେନି ଆପଣ….

 
Sanitizer

କରୋନା ସଂକ୍ରମଣକୁ ରୋକିବା ପାଇଁ ଲୋକମାନେ ମାସ୍କ ପିନ୍ଧିବା ଏବଂ ସାନିଟାଇଜରର ବ୍ୟବହାର କରୁଛନ୍ତି। ଏପରି ସମୟରେ ଏପରି ଅନେକ ଭିଡ଼ିଓ ସାମ୍ନାକୁ ଆସିଥାଏ ଯେଉଁଥିରେ ଲୋକମାନେ କରୋନା ସଂପର୍କିତ ତଥ୍ୟ ଜାଣିବା ଅଭାବରୁ ଏଭଳି କିଛି ଅଜବ ବ୍ୟବହାର କରିଥାନ୍ତି ଯାହାଫଳରେ ସେମାନଙ୍କୁ ଟ୍ରୋଲ ହେବାକୁ ପଡିଥାଏ।

ସୋସିଆଲ ମିଡିଆ ସାଇଟ ଟ୍ୱିଟରରେ ଏହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ଲୋକଙ୍କୁ ହସିବାର ଖୋରାକ ଯୋଗାଇଛି। ଏହି ଭିଡିଓରେ ଜଣେ ବୃଦ୍ଧଙ୍କୁ ଦେଖିବାକୁ ମିଳୁଛି, ଯାହାଙ୍କୁ ହାତ ସଫା କରିବା ପାଇଁ ସାନିଟାଇଜର ଦିଆଯାଏ। କିନ୍ତୁ ଏହି ବ୍ୟକ୍ତି ଏହାକୁ ଲୋସନ ଭଳି ସାରା ଶରୀର ଏବଂ ଚେହେରାରେ ବୋଳି ଦେଉଥିବାର ଦେଖାଯାଏ।


ଏହି ଭିଡିଓଟିକୁ ଆଇପିଏସ୍ ଅଫିସର ଦ୍ୱିପଂଶୁ କାବ୍ରା ଟ୍ୱିଟର ଜରିଆରେ ସେୟାର କରିଥିଲେ। ଏହି ଭିଡ଼ିଓରେ ବୃଦ୍ଧ ଜଣକ ପ୍ରଥମେ ସାନିଟାଇଜରକୁ ତାଙ୍କ ହାତରେ ଘଷି, ତା’ପରେ ମୁହଁ, ମୁଣ୍ଡ ଏବଂ ଗୋଡରେ ମଧ୍ୟ ଲଗାଇଥିଲେ। ଯେତେବେଳେ ସାନିଟାଇଜର ଦେଉଥିବା ବ୍ୟକ୍ତି ବୃଦ୍ଧଙ୍କୁ ଏହା କରୁଥିବାର ଦେଖିଲେ, ସେ ପୁନର୍ବାର ତାଙ୍କୁ ସାନିଟାଇଜର ଦେଇଥିଲେ ଏବଂ ବୃଦ୍ଧଜଣକ ନିଜ କାମର ପୁନରାବୃତ୍ତି କରିଥିଲେ। ଯାହାକୁ ଦେଖି ସେଠାରେ ଉପସ୍ଥିତ ଲୋକେ ନିଜର ହସକୁ ରୋକି ପାରିନଥିଲେ। ତେବେ ଏହି ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ୨୦ ହଜାରରୁ ଅଧିକ ଭିୟୁ ଆସିବା ସହ ଏହାକୁ ୩୭୦ ଉପଭୋକ୍ତା ରିଟ୍ୱିଟ କରିଛନ୍ତି।