ଦେଖନ୍ତୁ ଭିଡ଼ିଓ: ସାମ୍ନା ସାମ୍ନି ହେଲେ ବିଲେଇ ଏବଂ ପାହାଡ଼ି ସିଂହ, ଉଭୟେ ଦେଲେ ଏଭଳି ରିଆକ୍ସନ୍ ଯେ ଭାଇରାଲ ହୋଇଗଲା ଭିଡ଼ିଓ….

 
Lion vs cat

ସିଂହ ଏବଂ ବିଲେଇ ଗୋଟିଏ ପ୍ରଜାତିର ହୋଇଥିଲେ ମଧ୍ୟ ଉଭୟଙ୍କ ଭିତରେ ଅନେକ ପାର୍ଥକ୍ୟ ରହିଛି। ଗୋଟିଏ ପଟେ ସିଂହକୁ ହିଂସ୍ର ଜନ୍ତୁ ଭାବରେ ପରିଗଣିତ କରାଯାଉଥିବା ବେଳେ ଅନ୍ୟପଟେ ବିଲେଇକୁ ଗୃହପାଳିତ ପଶୁ ଭାବରେ ମଧ୍ୟ ରଖାଯାଇଥାଏ। ତେବେ ଯଦି ଉଭୟେ କେବେ ସାମ୍ନା-ସାମ୍ନି ହୁଅନ୍ତି ତେବେ କଣ ହେବ କେବେ ଭାବିଛନ୍ତି?

ଏହିପରି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେଉଛି ଯେଉଁଥିରେ ଏକ ପାହାଡ଼ି ସିଂହ ଏବଂ ପୋଷା ବିଲେଇ ସାମ୍ନା-ସାମ୍ନି ହୋଇଥିବା ଦେଖିବାକୁ ମିଳୁଛି। ବିଳେଇଟିକୁ ଦେଖିବା ମାତ୍ରେ ସିଂହଟି ନିଜ ପଞ୍ଝା ଦ୍ୱାରା ତାକୁ ଧରିବାକୁ ଚେଷ୍ଟା କରୁଛି କିନ୍ତୁ ସେମାନଙ୍କ ମଝିରେ ଏକ କାଚର କାନ୍ଥ ଥିବାରୁ ବିଳେଇଟି ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଉଛି। ତେବେ ସିଂହଟି ଗର୍ଜନ କରିବା ସହିତ ବାରମ୍ବାର ଚେଷ୍ଟା କରି ବିଫଳ ହେବା ପରେ ସେଠାରୁ ଚାଲିଯାଉଥିବା ଦେଖିବାକୁ ମିଳୁଛି। 


ଏହି ଭିଡ଼ିଓଟିକୁ @MackBeckyComedy ନାମକ ଏକ ପେଜ୍ ଦ୍ୱାରା ଟ୍ୱିଟରରେ ସେୟାର କରାଯାଇଥିଲା। ଇଣ୍ଟରନେଟରେ ଏହି ଭିଡ଼ିଓ ସେୟାର ହେବାପରେ ଏହା ଖୁବ ଭାଇରାଲ ହୋଇଛି। ଜୁନ୍ ମାସ ୨୪ ତାରିଖରେ ଅପଲୋଡ଼ ହୋଇଥିବା ଏହି ୩୫ ସେକେଣ୍ଡର ଭିଡ଼ିଓରେ ଏପର୍ଯ୍ୟନ୍ତ ୩୧ ହଜ଼ାରରୁ ଅଧିକ ଭିୟୁ ଆସି ସାରିଛି।