ଦେଖନ୍ତୁ ଭିଡ଼ିଓ: ବିଲେଇ ମାଛକୁ ହଇରାଣ କରୁଥିଲା, ସାଥିରେ ଥିବା ଅନ୍ୟ ଏକ ବିଲେଇ ଏମିତି କଲା ଯେ ଭାଇରାଲ ହୋଇଗଲା ଭିଡ଼ିଓ

 
Cat vs fish

ବିଲେଇମାନଙ୍କର ପ୍ରଥମ ଶିକାର ମାଛ ବୋଲି ଆମେ ସମସ୍ତେ ଜାଣିଛୁ। କିନ୍ତୁ ଅନେକ ଘରେ ଉଭୟେ ପୋଷା ବିଲେଇ ଥିଲେ ମଧ୍ୟ ଆକ୍ୱାରିୟମରେ ମାଛ ଗୁଡିକ ରଖାଯାଇଥାଏ ଏବଂ ବିଳେଇମାନେ ମାଛକୁ ଖାଇବା ପରିବର୍ତ୍ତେ ଏହାକୁ ସୁରକ୍ଷା ଦେବାର ଅନେକ ନଜିର ରହିଛି।

ଆଜିକାଲି ଟ୍ୱିଟରରେ ଏହିପରି ଦୁଇଟି ବିଲେଇଙ୍କ ଭିଡିଓ ଭାଇରାଲ ହେଉଛି। ଭିଡିଓଟିରେ, ଏକ ବିଲେଇ ଘରେ ଟେବୁଲ ଉପରେ ରଖାଯାଇଥିବା ଆକ୍ୱାରିୟମରେ ଥିବା ମାଛକୁ ଅସୁବିଧାରେ ପକାଉଥିବା ଦେଖିବାକୁ ମିଳୁଛି। ଏହି ବିଲେଇ ପାଖରେ ଆଉ ଏକ ଧୂସର ରଙ୍ଗର ବିଲେଇ ମଧ୍ୟ ବସି ରହିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଦ୍ୱିତୀୟ ବିଲେଇ ପ୍ରଥମ ବିଲେଇକୁ ମାଛ ସହିତ ବଦମାସି କରିବାକୁ ରୋକୁଛି।


ପ୍ରଥମ ବିଲେଇଟି ବାରମ୍ବାର ଆକ୍ୱାରିୟମ୍ ଭିତରେ ହାତ ମୁହଁ ପୁରାଉଥିବା ବେଳେ, ଏହି ୧୧ ସେକେଣ୍ଡର ଭିଡିଓରେ, ବଡ ଧୂସର ରଙ୍ଗର ବିଲେଇଟି ଅନ୍ୟ ବିଲେଇକୁ ଅନେକ ଥର ଏହା କରିବାକୁ ଅଟକାଇଥାଏ,କିନ୍ତୁ କଳା ବିଲେଇଟି ଏହି କାର୍ଯ୍ୟକୁ ବାରମ୍ବାର କରୁଥିବାର ଦେଖିବାକୁ ମିଳୁଛି। 

ନେଚର୍ ଆଣ୍ଡ ଆନିମଲସ୍ ନାମକ ଟ୍ୱିଟର ଆକାଉଣ୍ଟ୍ ଦ୍ୱାରା ଟ୍ୱିଟ୍ ହୋଇଥିବା ଏହି ଭିଡିଓଟି ଖୁବ ଭାଇରାଲ ହୋଇଛି ଏବଂ ଟ୍ୱିଟରରେ ଏହାକୁ ଏପର୍ଯ୍ୟନ୍ତ ୧ ମିଲିୟନରୁ ଅଧିକ ଭିୟୁ ମିଳିସାରିଛି। ଏଥିରେ ଲୋକେ ଅନେକ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। କେତେକ ଉପଭୋକ୍ତା ଧୂସର ରଙ୍ଗର ବିଲେଇକୁ ଶାକାହାରୀ ବୋଲି ମଧ୍ୟ କହୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓ ଉପରେ ୯ ହଜାରରୁ ଅଧିକ ଲୋକ ମନ୍ତବ୍ୟ ଦେଇଛନ୍ତି ଏବଂ ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ ୨୭୦୦ ରୁ ଅଧିକ ଥର ରିଟ୍ୱିଟ କରାଯାଇଛି।