ଦେଖନ୍ତୁ ଭିଡ଼ିଓ: ଭୁକୁଥିଲା କୁକୁର, ମାଙ୍କଡ଼ ରାଗିଯାଇ ଠେଙ୍ଗାରେ ଦେଲା ପାନେ, ଏହି ଦୃଶ୍ୟ ଦେଖିଲେ ନିଜ ହସ ରୋକି ପାରିବେନି ଆପଣ

 
Dog monkey

କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ବୋଲି ଆଖ୍ୟା ଦିଆଯାଇଛି। ସେହିପରି ମାଙ୍କଡ଼ର ବୁଦ୍ଧି ଏବଂ ଚାଲି ଚଳନରୁ ଏହା ମଣିଷର ପୂର୍ବଜ ବୋଲି ବିଶ୍ୱାସ କରାଯାଏ। କିନ୍ତୁ, ଗୋଟିଏ ପଟେ କୁକୁର ମଣିଷର ବିଶ୍ୱସ୍ତ ହୋଇଥିଲେ ହେଁ ମାଙ୍କଡ଼ ସହିତ କୁକୁରର ଶତ୍ରୁତା ରହି ଆସିଛି। ତେବେ, କୁକୁର ଏବଂ ମାଙ୍କଡ଼ ଭିତରେ ହେଉଥିବା ଝଗଡ଼ାର ଏଭଳି ଏକ ମଜାଳିଆ ଦୃଶ୍ୟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। 

Mankada

ଭାଇରାଲ ହେଉଥିବା ଭିଡ଼ିଓଟିରେ ଏକ ଗଛ ମୂଳରେ ମାଙ୍କଡ଼ ଏବଂ କୁକୁର ପାଖା ପାଖି ଠିଆ ହୋଇଥିବା ଦେଖିବାକୁ ମିଳୁଛି। ବେସ୍ କିଛି ସମୟ ପର୍ଯ୍ୟନ୍ତ ଉଭୟେ ପରସ୍ପରକୁ ଚୁପଚାପ ଦେଖୁଥିଲେ। କେବଳ ଏତିକି ନୁହେଁ କୁକୁରଟି ହାଇ ମାରୁଥିବାର ମଧ୍ୟ ଦେଖିବାକୁ ମିଳୁଛି।

କିନ୍ତୁ, ହଠାତ ଘଟଣାରେ ଏକ ନୂଆ ଟ୍ଵିଷ୍ଟ ଆସିଥିଲା ଯେତେବେଳେ ମାଙ୍କଡ଼ଟି ଏକ ବାଡ଼ି ସାହାଯ୍ୟରେ କୁକୁରକୁ ପାହାରେ ଦେଇଥିଲା। କୁକରଟି ବିଚରା ମାଡ଼ ଖାଇ ସେଠାରୁ ପଳାୟନ କରିଥିଲା। ଦେଖନ୍ତୁ ଭିଡ଼ିଓ:-