ଦେଖନ୍ତୁ ଭିଡ଼ିଓ: ସୀମାରେଖା ପୂର୍ବରୁ ବଲ ରୋକିବା ପରେ ଏପରି ଭାବରେ ଚୌକା କରାଇଦେଲେ ଏହି ଖେଳାଳି,ଭିଡ଼ିଓ ଦେଖିଲେ ନିଜ ହସ ରୋକିପାରିବେନି ଆପଣ…

 
Fielding blunder

କଥାରେ ଅଛି କ୍ରିକେଟ ଖେଳରେ ଦିନେ ଜଣେ ବ୍ୟାଟ୍ସମ୍ୟାନ୍ ରନ୍ ସ୍କୋର କରିନପାରେ, ଜଣେ ବୋଲର ୱିକେଟ୍ ନେଇ ନ ପାରନ୍ତି, କିନ୍ତୁ ଜଣେ ଭଲ ଫିଲ୍ଡର ଦଳ ପାଇଁ ସବୁବେଳେ ରନ୍ ବଞ୍ଚାଇଥାଏ। ଲକ୍ଷ୍ୟ ଯେତେ ବଡ଼ କିମ୍ବା ଛୋଟ ହେଉନା କାହିଁକି, କ୍ରିକେଟରେ ଯେଉଁ ଦଳ ଭଲ ଫିଲ୍ଡିଂ କରିଥାଏ, ସେହି ଦଳର ମ୍ୟାଚ ଜିତିବାର ଭଲ ସୁଯୋଗ ରହିଥାଏ।

ଅତୀତ ଓ ବର୍ତ୍ତମାନରେ ଅସଂଖ୍ୟ ଏପରି ଉଦାହରଣ ରହିଛି ଯେବେ ଫିଲ୍ଡରମାନେ ସେମାନଙ୍କ ଉଚ୍ଚକୋଟିର ଫିଲ୍ଡିଂ ଦ୍ୱାରା ମ୍ୟାଚର ଫଳାଫଳ ଉପରେ ବଡ଼ ପ୍ରଭାବ ପକାଇଥାନ୍ତି ଏବଂ ଖେଳର ସମ୍ପୂର୍ଣ୍ଣ ରଙ୍ଗକୁ ପରିବର୍ତ୍ତନ କରି ଦେଇଥାନ୍ତି।

କିନ୍ତୁ ବେଳେ ବେଳେ ଫିଲ୍ଡର ମାନେ ନିଜ ଅଜାଣତରେ ଏଭଳି ଭୁଲ କରିଦିଅନ୍ତି ଯାହା ସମସ୍ତଙ୍କୁ ହସିବାର ଖୋରାକ ଯୋଗାଇ ଥାଏ। ଏହିଭଳି କିଛି ଘଟିଥିଲା ୟୁରୋପୀୟ କ୍ରିକେଟ୍ ସିରିଜ୍ ସମୟରେ, ଏକ ଚମତ୍କାର ଫିଲ୍ଡିଂ ପ୍ରୟାସ ଏକ ହାସ୍ୟାସ୍ପଦ ଭୁଲ୍ ରେ ପରିଣତ ହୋଇଯାଇଥିଲା।

ଏହି ଘଟଣା ଜଣେ ଫିଲ୍ଡର ସହିତ ଜଡିତ, ଯିଏ ସୀମାରେଖା ନିକଟରେ ବଲକୁ ବଞ୍ଚାଇବା ପାଇଁ ଏକ ଚମତ୍କାର ଉଦ୍ୟମ କରିଥିଲେ। ଏହି ପ୍ରୟାସରେ ସମୀକ୍ଷକମାନେ ମଧ୍ୟ ପ୍ରଭାବିତ ହୋଇଥିଲେ କିନ୍ତୁ, ଶେଷରେ ଫିଲ୍ଡର ଜଣକ ବଲଟିକୁ ୱିକେଟରକ୍ଷାକଙ୍କ ପାଖକୁ ଫିଙ୍ଗିବା ପରିବର୍ତ୍ତେ ଭୁଲରେ ଏହାକୁ ସୀମାରେଖା ବାହାରକୁ ଫିଙ୍ଗି ଦେଇଥିଲେ। ଏହି ଘଟଣାର ଏକ ଭିଡ଼ିଓ ଭାଇରାଲ ହେବା ପରେ ଏହା ସମସ୍ତଙ୍କ ପାଇଁ ଏକ ହାସ୍ୟାସ୍ପଦ ଘଟଣାରେ ପରିଣତ ହୋଇଯାଇଥିଲା।