କାହା ପାଇଁ ଆଜି ବି ରେଖାଙ୍କ ମଥାରେ ଶୋଭାପାଉଛି ସିନ୍ଦୂର? ଅମିତାଭଙ୍କ ନାଁ ରେ ରେଖା ପିନ୍ଧୁଛନ୍ତି ସିନ୍ଦୂର! ଜାଣନ୍ତୁ ପୁରା ଖବର

 
Rekha amitabh

ସିନ୍ଦୂର ବିବାହିତ ନାରୀର ଏକ ପରିଚୟ । ହେଲେ ବଲିଉଡର ଏଭଳି ଏକ ଅଭିନେତ୍ରୀ ଅଛନ୍ତି ଯେ କି ବିବାହିତ ନ ହୋଇ ମଧ୍ୟ ଲଗାନ୍ତି ସିନ୍ଦୁର । ଯେଉଁଥି ପାଇଁ ତାଙ୍କୁ ସାମ୍ନା କରିବାକୁ ପଡେ ଅନେକ ପ୍ରଶ୍ନର । କେବେ ପରୋକ୍ଷରେ ତ ଆଉ କେବେ ପ୍ରତ୍ୟେକ୍ଷରେ ।

Follow our WhatsApp channel and get all the Latest news

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

ତେବେ ଆପଣ ଜାଣି ସାରିବେଣି ଆମେ ଏଠାରେ ଆପଣଙ୍କୁ ଅଭିନେତ୍ରୀ ରେଖାଙ୍କ କଥା କହୁଛୁ । ଆଜ୍ଞା ହଁ , ରେଖା ଅବିବାହିତ ହୋଇଥିଲେ ମଧ୍ୟ ସେ ସବୁ ସମୟରେ ସିନ୍ଦୂର ଲଗାଇ ବୋହୂ ବେଶରେ ସଜେଇ ହୋଇ ବିଭିନ୍ନ ଇଭେଣ୍ଟ ଆଟେଣ୍ଡ କରିଥାନ୍ତି ।

E

କଣ ଆପଣ ଜାଣନ୍ତି ରେଖା କାହିଁକି ଓ କାହା ପାଇଁ ଏହି ସିନ୍ଦୂର ଲଗାଇଥାନ୍ତି । ତେବେ ଯେବେ ଯେବେ ରେଖାଙ୍କ ନାଆଁ ଉଠେ ତାଙ୍କ ନାଆଁ ସହ ଯୋଡ଼ି ହୋଇଯାଏ ଅଭିନେତା ଅମିତାଭ ବଚ୍ଚନଙ୍କ ନାଆଁ । ଅମିତାଭ ଓ ରେଖାଙ୍କ ଭଲ ପାଇବା କଥା କିଏ ବା ନ ଜାଣେ । 

ଠିକ୍ ସେହିପରି ରେଖା ଓ ଅମିତାଭଙ୍କ ପରେ ରେଖା ଓ ସଞ୍ଜୟ ଦତ୍ତଙ୍କ ନାଁଆ ମଧ୍ୟ ଶୁଣିବାକୁ ମିଳିଥିଲା । କିନ୍ତୁ ମିଡ଼ିଆ ଆଗରେ ଦୁହେଁ ମନା କରିଥିଲେ ଏହାକୁ । ଏହା ସହିତ ଶୁଣିବାକୁ ମିଳେ ଯେ ଅକ୍ଷୟ କୁମାର ଓ ରେଖା ମଧ୍ୟ କିଛି ଦିନ ପାଇଁ ସମ୍ପର୍କରେ ଥିଲେ ।

ସିନ୍ଦୂର ଲଗାଇବା କଥା ରେଖାଙ୍କୁ ପଚରା ଯାଇଥିବା ବେଳେ ରେଖା ଏହାର ଉତ୍ତରରେ କହିଥିଲେ ଏହା ତାଙ୍କର ପସନ୍ଦ ଓ ଏହା ଏକ ଫ୍ୟାସନ୍ ଅଟେ । କାହା ପାଇଁ ସେ ଏହାକୁ ଲଗାନ୍ତି ନାହିଁ ।