ଭାଇରାଲ ହେଲା ବିରାଟ-ଅନୁଷ୍କାଙ୍କ ଝିଅର ଫୋଟୋ, ମାଁ ଦୁର୍ଗାଙ୍କ ନାମରେ ବିରୁସ୍କା ନିଜ ଝିଅର ଏହି ନାମ ରଖିଲେ ...

 
ଭାଇରାଲ ହେଲା ବିରାଟ-ଅନୁଷ୍କାଙ୍କ ଝିଅର ଫୋଟୋ, ମାଁ ଦୁର୍ଗାଙ୍କ ନାମରେ ବିରୁସ୍କା ନିଜ ଝିଅର ଏହି ନାମ ରଖିଲେ ...

ଭାରତ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କର ପତ୍ନୀ ଅନୁଷ୍କା ଶର୍ମା ଏକ କନ୍ୟା ସନ୍ତାନର ଜନକ ହୋଇଥିଲେ। ଏବେ ଅନୁଷ୍କା ନିଜ ଟ୍ଵିଟର ଆକାଉଣ୍ଟ ଦ୍ୱାରା ନିଜ ଝିଅର ପ୍ରଥମ ଫଟୋ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟଟି ହେବାପରେ ଏହା ଭାଇରାଲ ହୋଇଯାଇଛି।

ବିରୁସ୍କା ନିଜର ଝିଅର ନାମ "ଭାମିକା" ଦେଇଛନ୍ତି, ଏହି ନାମଟି ମା ଦୁର୍ଗାଙ୍କର ଅନ୍ୟ ଏକ ନାମ ଅଟେ। ଅନୁଷ୍କା ଏହି ଫଟୋ ପୋଷ୍ଟ କରିବା ପରେ ନିଜ ଝିଅର ନାମ ବିଷୟରେ ଜଣାଇଥିଲେ।

ନିଜ କନ୍ୟା ସନ୍ତାନକୁ ନେଇ ଏହି ସେଲିବ୍ରିଟି କପଲ ବହୁତ ଖୁସି ଥିବା ଜଣାପଡିଛି। ଅନୁଷ୍କା ମଧ୍ୟ ଏହି ପୋଷ୍ଟରେ ମାଧ୍ୟମରେ ନିଜର ଖୁସି ଜାହିର କରିଛନ୍ତି ଓ ଭାମିକାର ଜନ୍ମ ତାଙ୍କ ଜୀବନରେ ଖୁସି ଉଲ୍ଲାସ ଆଣିବା ସହ ତାଙ୍କ ଜୀବନର ମୋଡ ବଦଳେଇ ଦେଇଛି ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଲୋକମାନଙ୍କୁ ଭାମିକା ନାମଟି ବହୁତ ପସନ୍ଦ ଆସିଥିବାରୁ ସେମାନେ ପୋଷ୍ଟଟିରେ ସେମାନଙ୍କ ଖୁସି ବ୍ୟକ୍ତ କରିଛନ୍ତି।