ଦେଖନ୍ତୁ ଭିଡ଼ିଓ: ଏକ ବିଶାଳ କୁମ୍ଭୀରକୁ ଅତି ଚତୁରତାର ସହିତ ଶିକାର କରିଲା ଚିତାବାଘ, ସୋସିଆଲ ମିଡିଆରେ ଭିଡ଼ିଓ ହେଲା ଭାଇରଲ

 
Crocodile vs cheetah

ବାଘ ଓ ସିଂହ ପରେ ଚିତାବାଘକୁ ଜଙ୍ଗଲର ସବୁଠାରୁ ବଡ଼ ଶିକାରୀର ମାନ୍ୟତା ଦିଆଯାଇଥାଏ। ତେବେ, ଚିତାବାଘଟିଏ ପ୍ରାୟତଃ ଏହାର ପ୍ରଥମ ପ୍ରୟାସରେ ହିଁ ନିଜ ଶିକାରକୁ ମାରିବାରେ ସକ୍ଷମ ହେଉଥିବାରୁ ଏହାକୁ "One leap hunter" ମଧ୍ୟ କୁହାଯାଏ। ବର୍ତ୍ତମାନ ଏହିଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଚିତାବାଘ କୁମ୍ଭୀର ପରି ବିଶାଳ ଜୀବର ଶିକାର କରୁଥିବା ଦେଖିବାକୁ ମିଳୁଛି।

ଭାଇରାଲ ହେଉଥିବା ଭିଡ଼ିଓଟିରେ ଏକ କୁମ୍ଭୀର ମାଟି ଉପରେ ପାଟି ଆଁ କରି ଶୋଇଥିବା ଦେଖିବାକୁ ମିଳୁଛି। ଠିକ ଏହି ସମୟରେ ପାଣି ଭିତରୁ ପୂର୍ବରୁ ଛକ୍କି ରହିଥିବା ଏକ ଚିତାବାଘ କୁମ୍ଭୀର ଉପରେ ଆକ୍ରମଣ କରୁଛି। ମାତ୍ର ଗୋଟିଏ ଆକ୍ରମଣରେ ଚିତାବାଘଟି ଉକ୍ତ କୁମ୍ଭୀରଟିର ଶିକାର କରିନେଇଥିଲା।

ଦେଖନ୍ତୁ ଭିଡ଼ିଓ:-

ଏହି ଭିଡ଼ିଓଟିକୁ ଭାରତୀୟ ବନସେବା ଅଧିକାରୀ ସୁରେନ୍ଦ୍ର ମେହରା ନିଜ ଟ୍ୱିଟର ଆକାଉଣ୍ଟ ଦ୍ୱାରା ସେୟାର କରିଥିଲେ। ତେବେ, ଭିଡ଼ିଓଟି କେଉଁଠାରୁ ଆସିଛି ତାହା ବିଷୟରେ ସ୍ପଷ୍ଟ କିଛି ଜଣାପଡିନାହିଁ।