ଦେଖନ୍ତୁ ଭିଡ଼ିଓ: ଭାଲୁ ପଛରୁ ଲୁଚି ଲୁଚି ଆକ୍ରମଣ କରୁଥିଲା ବାଘ, ହଠାତ ପାଲଟା ଆକ୍ରମଣ କରିଲା ଭାଲୁ, ଆଉ ତା ପରେ...

 
Tiger vs bear fight

ଇଣ୍ଟରନେଟରେ ପ୍ରାୟତଃ ହିଂସ୍ର ଜନ୍ତୁମାନଙ୍କର ଶିକାର କରୁଥିବାର ଭିଡ଼ିଓ ଭାଇରାଲ ହୋଇଥାଏ। କିନ୍ତୁ, ବେଳେ ବେଳେ ସେମାନଙ୍କ ଭିତରେ ଘଟୁଥିବା କିଛି ମଜ଼ାଳିଆ ଚିତ୍ର ମଧ୍ୟ ସାମ୍ନାକୁ ଆସିଥାଏ ଯାହାକୁ ଲୋକେ ଖୁବ ପସନ୍ଦ କରିଥାନ୍ତି।

ଏବେ ସୋସିଆଲ ମିଡିଆରେ ବାଘ ଓ ଭାଲୁ ଭିତରେ ଘଟିଥିବା ଏହିପରି ଏକ ଘଟଣା ଭାଇରାଲ ହେଉଛି ଯେଉଁଥିରେ ଏକ ସମ୍ଭାବିତ ଆକ୍ରମଣ କ୍ଷଣକ ମଧ୍ୟରେ ମଜ଼ାଳିଆ ଘଟଣାରେ ପରିବର୍ତ୍ତିତ ହେଉଥିବା ଦେଖିବାକୁ ମିଳୁଛି।

ଏହି ଭିଡ଼ିଓରେ ଏକ ଭାଲୁ ନିଜ ବାଟରେ ଚାଲି ଯାଉଥିବା ବେଳେ ପଛରୁ ଏକ ବାଘ ଆକ୍ରମଣ କରିବା ଉଦେଶ୍ୟରେ ଏହାକୁ ପିଛା କରୁଛି। ହଠାତ, ଯେମିତି ବାଘଟି ଭାଲୁ ଉପରକୁ ଝାମ୍ପିବାକୁ ପ୍ରୟାସ କରୁଛି ସେମିତି ଭାଲୁଟି ବୁଲିପଡୁଛି। ଆଶ୍ଚର୍ଯ୍ୟର କଥା ହେଉଛି କ୍ଷଣକ ପୂର୍ବରୁ ଆକ୍ରମଣ କରିବାକୁ ପ୍ରୟାସ କରୁଥିବା ବାଘଟି ତୁରନ୍ତ ବୁଲିପଡ଼ି ସେଠାରୁ ଦୌଡ଼ିବାକୁ ଲାଗୁଛି।

ଦେଖନ୍ତୁ ଭିଡ଼ିଓ:-

ଏହି ଘଟଣାର ଭିଡ଼ିଓକୁ IFS ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟର ଅକାଉଣ୍ଟ ଦ୍ୱାରା ସେୟାର କରିବା ସହ ମଜାଳିଆ କ୍ୟାପସନ ମଧ୍ୟ ଦେଇଥିଲେ। ଗତ ଅଗଷ୍ଟ ୧୯ ତାରିଖରେ ଅପଲୋଡ଼ ହୋଇଥିବା ଏହି ଭିଡ଼ିଓରେ ଏପର୍ଯ୍ୟନ୍ତ ୧୬ ହଜ଼ାର ରୁ ଅଧିକ ଭିୟୁ ଆସିସାରିଛି। ଲୋକେ ଏହାକୁ ପସନ୍ଦ କରିବା ସହ ଏଥିରେ ଭିନ୍ନ ଭିନ୍ନ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଉଛନ୍ତି।